ବିବାହକୁ ନେଇ ଏଭଳି କହିଲେ ନୀତୁ କପୁର

ବିବାହକୁ ନେଇ ଏଭଳି କହିଲେ ନୀତୁ କପୁର

ପ୍ରିଜମ ନ୍ୟୁଜ ବ୍ୟୁରୋ: ରଣବୀର ଓ ଅାଲିଅାଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଗୁଜବକୁ ସ୍ପଷ୍ଟ କରିଦେଇଛନ୍ତି ରଣବୀରଙ୍କ ମା ନୀତୁ କପୁର । ସେ କହିଛନ୍ତି, ହଁ ବାହାଘର ହେବ । ଜଲଦି ହେଲେ ଭଲ । ମୋତେ ଦୁହିଙ୍କ ଯୋଡ଼ି ବହୁତ ପସନ୍ଦ। ମୁଁ ସେମାନଙ୍କୁ ବହୁତ ଭଲପାଏ। ଅାଲିଅା ଓ ରଣବୀରଙ୍କ ଅନେକ ଗୁଣ ସମାନ। ରଣବୀରଙ୍କ ପରି ଅାଲିଅା ମଧ୍ୟ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ସେ ସୁନ୍ଦର ଓ ଅାଦରଣୀୟ ମଧ୍ୟ । ସେ ଅାହୁରି କହିଛନ୍ତି, ମୋ ଶାଶୁଙ୍କ ସହ ଯେମିତି ମୋର ଭଲ ସମ୍ପର୍କ ଥିଲା ଠିକ୍ ସେମିତି ସମ୍ପର୍କ ମୁଁ ଅାଲିଅା ସହ ରଖିବାକୁ ଚାହେଁ। ସେ ସବୁ ପ୍ରକାରର ଖୁସି ଅାଲିଅାଙ୍କ ସହ ବାଣ୍ଟିବାକୁ ଇଚ୍ଛା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ସୂଚନାନୁସାରେ, ଏପ୍ରିଲ ୧୫ରେ ଅାର୍ .କେ ହାଉସରେ ସେମାନେ ବିବାହ କରିବେ। ୧୩ରୁ ରୀତିନୀତି ଅାରମ୍ଭ ହୋଇ ୧୭ରେ ଶେଷ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: