୫ ମୁଣ୍ଡ ନେଲା ମହାମାରୀ କରୋନା, ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ମଧ୍ୟ ରାଜ୍ୟରେ ମହାମାରୀୀ କରୋନା ସଂକ୍ରମଣ ଯୋଗୁଁ ଯାଇଛି ୫ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଥିବା ପୁରୀ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ, କଟକ ଜିଲ୍ଲାର ୪୬ ବର୍ଷୀୟ ବ୍ୟକ୍ତି   ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ ୫୫ ବର୍ଷୀୟ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି ଅଛନ୍ତି। ୭୨ ବର୍ଷୀୟ ଗଞ୍ଜାମ ଜିଲ୍ଲାର ବୃଦ୍ଧ ମଧୁମେହରେ ପୀଡ଼ିତ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଜଣେ  ୫୬ ବର୍ଷୀୟା ମହିଳା ମଧୁମେହରେ ପୀଡ଼ିତ ଥିବା ବେଳେ ତାଙ୍କର ମଧ୍ୟ କରୋନା ଯୋଗୁ ମୃତ୍ୟୁ ହୋଇଛି।

ସେପଟେ ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୮୬ଟି ଲୋକାଲ୍ କଣ୍ଟାକ୍ଟ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି।

ଏହି ନୂଆ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ ଅଛନ୍ତି। ସେହିପରି କଟକରୁ ୪୬ ଓ ସୁନ୍ଦରଗଡ଼ରୁ ୪୪ ଜଣ ଅଛନ୍ତି। ସେହିଭଳି ଅନୁଗୋଳରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୩, ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୦, ଝାରସୁଗୁଡ଼ାରୁ ୩୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୩୭, କୋରାପୁଟରୁ ୧୧, ମୟୂରଭଞ୍ଜରୁ ୧୦, ନୟାଗଡ଼ରୁ ୩୭ ଓ ପୁରୀରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: