କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ଏଥର ‘ନୋ ରିପିଟ୍’ ଫର୍ମୂଲା, ଶଙ୍ଖ ଭବନରୁ ମିଳିଛି ଗ୍ରୀନ୍ ସିଗନାଲ !

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ଏଥର ‘ନୋ ରିପିଟ୍’ ଫର୍ମୂଲା, ଶଙ୍ଖ ଭବନରୁ ମିଳିଛି ଗ୍ରୀନ୍ ସିଗନାଲ !

ଭୁବନେଶ୍ୱର/ କବିସୂର୍ଯ୍ୟନଗର; ବିଜୁ ଜନତା ଦଳର ଛାତି ଗଞ୍ଜାମରେ ଏବେ ନେତୃତ୍ୱ ସଂକଟର ଧୂଆଁ, ଯାହା ଆଗାମୀ ଦିନରେ ବୁଥ୍ ସ୍ତରରେ ପହଞ୍ଚି ଭୟାବହ ଅଗ୍ନିକାଣ୍ଡରେ ପରିଣତ ହେବାକୁ ଯାଉଛି । ଜିଲ୍ଲା ରାଜନୀତି ଓ ଏହାର ନେତୃତ୍ୱ ଦୁର୍ବଳ ହେବା, ଅନେକ ଆଶାୟୀ ଟିକଟ ପାଇଁ ଆଶା ବାନ୍ଧି ରଣକ୍ଷେତ୍ରକୁ ଡିଆଁ ମାରିବା ।  ନିଜ ପାଇଁ ନିଜେ ପଥ ପ୍ରସ୍ତୁତ କରିବା, କ୍ଷେତ୍ର ପରିଦର୍ଶନ କରି ସମର୍ଥନ ଜୁଟାଇବା, କ୍ଷମତାଶୀନ ଜନ ପ୍ରତିନିଧିଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଆଉ ଏଥର ଆମେ ଆଲୋଚନା କରୁଛେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ନିର୍ବାଚନ ପ୍ରସଙ୍ଗରେ ।

https://www.facebook.com/photo/?fbid=3503226276620990&set=a.1571934966416807

ବର୍ତ୍ତମାନ ଏହି ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ବିଜେଡିର ମହିଳା ନେତ୍ରୀ ଲତିକା ପ୍ରଧାନ । ବାମ ଦଳ ଛାଡ଼ି ବିଜେଡିର ହାତ ଧରି ସଂସଦକୁ ଯାଇ ପାରିଥିବା ନିତ୍ୟାନନ୍ଦ ପ୍ରଧାନଙ୍କ ସୁକନ୍ୟା ହେଉଛନ୍ତି ଲତିକା ପ୍ରଧାନ । ଶଙ୍ଖପତି (ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) ଓ  ସଂଗଠନ ସମ୍ପାଦକ (ପ୍ରଣବ ପ୍ରକାଶ ଦାସ ଓରଫ୍ ବବି)ଙ୍କ ଗୁଡ୍ ବୁକରେ ରହିଥିବା ନେଇ ଚର୍ଚ୍ଚା ହୋଇ ଆସୁଛି । ନିଜ ନିର୍ବାଚନ ମଣ୍ଡଳୀରେ ବେଶ୍ ସକ୍ରୀୟ ରହୁଥିବା ଲତିକା ପ୍ରଧାନ କିନ୍ତୁ ବର୍ତ୍ତମାନ ସମୟରେ ବିରୋଧର ସମ୍ମୁଖିନ ହେବାକୁ ଯାଉଥିବା ଖୋଦ୍ ସ୍ଥାନୀୟ ତୁଙ୍ଗ ନେତା ଗ୍ରହଣ କରିଛନ୍ତି । ନିର୍ବାଚନ ବର୍ଷର ଆରମ୍ଭ ଆଡକୁ ଦୁଇ ଦୁଇ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇଥିଲେ ମଧ୍ୟ ଲତିକା ପ୍ରଧାନଙ୍କୁ ସାମିଲ ନ ହେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସମର୍ଥକ । ଦୁଇ ଥର ଯାକ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ନିରାଶ ହୋଇଛନ୍ତି ଲତିକା । ଏହାକୁ ନେଇ ତାଙ୍କ ସମର୍ଥକ ଓ ଦଳ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଅନେକ କଥାକୁ ନେଇ ଚର୍ଚ୍ଚା ହେଉଛି । ତା ମଧ୍ୟରୁ ଗୋଟିଏ ହେଉଛି ଏଥର ଦଳ ତାଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁନାହିଁ ।

https://www.facebook.com/bhagaban.swain.777363

ଏହାର ଉତ୍ତର ଖୋଜିବାକୁ ଯାଇ ଆମେ ଯେତେବେଳେ ତୃଣମୂଳ ସ୍ତରରୁ ସଂଗଠକଙ୍କ ସହ ଆଲୋଚନା କରିଥିଲୁ ସେମାନଙ୍କ କହିବା କଥା ‘ଦଳ ଏଥର ଆମ ନିର୍ବାଚନ ମଣ୍ଡଳୀକୁ ସ୍ୱତନ୍ତ୍ର ଫୋକସ ଦେଇ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାକୁ ମନସ୍ଥ କରିସାରିଛି । ଏପରିକି ନୋ ରିପିଟ୍ ଫର୍ମୂଲା ଆପଣାଇ ଛାତ୍ର ସଂଗଠନରୁ ରାଜନୀତି ଓ ଦଳ ସହ ଜଡ଼ିତ ସଂଗଠକଙ୍କୁ ବାଛିବାକୁ ଶ୍ରେୟସ୍କର ମଣୁଛି ଏଣୁ ଏଥର ନୋ ରିପିଟ୍ ଫର୍ମୂଲା ଦଳ ଆପଣାଇବା ଏକ ପ୍ରକାର ସୁନିଶ୍ଚିତ ହୋଇଛି ’ । ଆପଣ ଟିକଟ ଆଶାୟୀ କି ବୋଲି ଆମେ କବିସୂର୍ଯ୍ୟନଗରର କିଛି ଟପ୍ ସଂଗଠକଙ୍କ ସହ ଆଲୋଚନା କରିବାରୁ ସେମାନେ ସମସ୍ତେ ଟିକଟ ରେସରେ ରହିଥିବା ସ୍ୱିକାର କରିଛନ୍ତି । ଦଳ ଚାହିଁଲେ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗିନ ବିକାଶର ସାରଥୀ ହୋଇ ନବୀନ ଓଡ଼ିଶାର ନିର୍ମାଣରେ ସାରଥୀ ହୋଇ ଗୁଣ୍ଡୁଚି ମୁଷା ଭଳି କାମ କରିବେ ବୋଲି ସିଧାସଳଖ କହିଛନ୍ତି । କ୍ଷମତାଶୀନ ବିଧାୟିକାଙ୍କ ବାବଦରେ ଆମେ ଯେତେବେଳ ପ୍ରଶ୍ନ କରିଥିଲୁ ସେମାନେ ଏହା ବି ମାନିଛନ୍ତି ଯେ, ‘ଲତିକା ପ୍ରଧାନ ଆମ ନେତା ସେ ଆମର ପ୍ରିୟା ବିଧାୟିକା । ଆରଥରକୁ ଦଳ ଆମ ନିର୍ବାଚନ ମଣ୍ଡଳୀ ପାଇଁ ଯାହାକୁ ବିଧାନସଭାକୁ ପଠାଇବା ପାଇଁ ସ୍ଥିର କରିବେ ଆମେ ତାଙ୍କୁ ସମର୍ଥନ କରିବୁ । ଆମେ ମଧ୍ୟ ଆମ ଅଞ୍ଚଳର ବିକାଶ ପାଇଁ ନେତୃତ୍ୱ ନେଉଛି ପୂର୍ବରୁ କାମ କରି ଆସୁଛୁ ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ’ ।

https://www.facebook.com/HaraPrasadSahuKodala

ଏଠାରେ କହି ରଖିବାକୁ ଚାହୁଁ ଯେ, ଏଠାରେ ବିଜେପି, କଂଗ୍ରେସର ଅମାନତ ରହିବ କି ନାହିଁ ସନ୍ଦେହ ସ୍ଥିତି ଲାଗି ରହିଥିବା ବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ଭୂମିକାକୁ ବି ଗୌଣ ମନେ କରା ନ ଯାଇପାରେ । କାହିଁକିନା ଅନେକ ଆଶାୟୀଙ୍କ ମଧ୍ୟରୁ ଯିଏ ଅଧିକ ଅସନ୍ତୋଷ ପ୍ରକାଶ କରିବେ ସେମାନେ ହୁଏତ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନ କରି ନିଜ ରାଜନୈତିକ ଭବିଷ୍ୟତ ପାଇଁ ଯୁଦ୍ଧ ଦେହି ଡାକରା ଦେଇ ପାରନ୍ତି । ଆଉ ଏମିତି ହେଲେ ଭୋଟ୍ ବିଭାଜନ ଯେ, ଅବସମ୍ଭାବି ଏହାକୁ ଏଡ଼ାଇ ଦିଆ ଯାଇ ନ ପାରେ ।

https://www.facebook.com/photo/?fbid=121427967640069&set=a.111898831926316

ସେପଟେ ଏବେ ଅଞ୍ଚଳରେ ବିଧାୟିକାଙ୍କ ବିକଳ୍ପ ଭାବେ କବିସୂର୍ଯ୍ୟ ନଗର ସହରରୁ ଯୁବ ଆଶାୟୀ, ଛାତ୍ର ସଂଗଠନରୁ ରାଜନୀତି ଆରମ୍ଭ କରି ବିଜେଡିର ଆଗଧାଡ଼ିର ଯୁବ ନେତା ତଥା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭଗବାନ ସ୍ୱାଇଁ, ବିଜେପିରୁ ଆସି କବିସୂର୍ଯ୍ୟନଗର ବିଜେଡିର ମଙ୍ଗ ସମ୍ଭାଳିବାକୁ ପଣ କରିଥିବା ଯୁବ ଚେହେରା ପ୍ରମୋଦ ପଣ୍ଡା, ମୁଁ ସ୍ୱାଧୀନ ମୋ ନେତା ନବୀନ କହୁଥିବା ତଥା 2014 ନିର୍ବାଚନରେ 2 ନମ୍ବର ସ୍ଥାନରେ ରହିଥିବା ସ୍ୱାଧୀନ ପ୍ରାର୍ଥୀ ହର ସାହୁ, କଂଗ୍ରେସରୁ ଡିଆଁ ମାରି ବିଜେଡିରେ ରାଜନୀତିର ଅଙ୍କ କଷୁଥିବା ସୀତାରାମ ପାଣିଗ୍ରାହୀ ପ୍ରମୁଖ ଦାବିଦାର ରହିଛନ୍ତି। ହୁଏତ ଏହି ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ । ତେବେ ମାଷ୍ଟରଷ୍ଟ୍ରୋକ ଦେବାରେ ମାହିର ବିଜେଡି ସୁପ୍ରିମୋ କେଉଁ ଆଧାରରେ କବିସୂର୍ଯ୍ୟନଗର ପାଇଁ ନେତା ବାଛୁଛନ୍ତି ତାହା ଖୁବ ଶୀଘ୍ର ଜଣା ପଡ଼ିଯିବ ବୋଲି କବିସୂର୍ଯ୍ୟନଗର ରାଜନୀତିକୁ ପାଖରୁ ଦେଖୁଥିବା ବିଷାରଦମାନେ ଆଶା କରୁଛନ୍ତି । ସେପଟେ ବିକ୍ରମ କେଶରୀ ଆରୁଖ ହିଁ ପ୍ରାର୍ଥୀ ଚୟନରେ ଶେଷ ହସ୍ତାକ୍ଷର ମାରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

https://www.facebook.com/sitarampanigrahytukuna

0 Comments

Leave Your Comment

Your email address will not be published. Required fields are marked *

%d bloggers like this: