ଘରେ ଚାଲିଛି ସ୍କୁଲ, ଥାଳି ବାଜିଲେ ପଢୁଛନ୍ତି ପିଲା

ଘରେ ଚାଲିଛି ସ୍କୁଲ, ଥାଳି ବାଜିଲେ ପଢୁଛନ୍ତି ପିଲା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଘର ପାଲଟିଛି ସ୍କୁଲ । ଘର ଘର ବୁଲି ପିଲାଙ୍କୁ ପଢାଉଛନ୍ତି ଶିକ୍ଷକ। କୋରୋନା ଯୋଗୁ ପିଲାଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନହେଉ, ସେଥିପାଇଁ ନୂଆ ଯୋଜନା ‘ଆମ ଘର, ଆମ ସ୍କୁଲ’ ମାଧ୍ୟମରେ ଏପରି ଅଭିନବ ପଦକ୍ଷପ ମଧ୍ୟପ୍ରଦେଶରେ ନିଆଯାଇଛି । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ପଢାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରତିଦିନ ଗାଁ ଗାଁ, ଘର ଘର ବୁଲଛନ୍ତି । ଯାହାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ, ସେମାନଙ୍କ ଘରେ ଥିବା ବଡ଼ ସଦସ୍ୟଙ୍କୁ ପିଲାଙ୍କୁ ପଢାଇବା ପାଇଁ କହୁଛନ୍ତି । ରାଜ୍ୟ ଶିକ୍ଷା କେନ୍ଦ୍ର ଠାରୁ ୧୦ କିଲୋମିଚର ଦୂର ବାଗମୁଗାଲିଆ ବସ୍ତି ଅଂଚଳରେ ଏପରି ପିଲାଙ୍କୁ ପଢାଇବା ଲାଗି ଜୋରଦାର ଉଦ୍ୟମ କରୁଛନ୍ତି ସରକାର । ପ୍ରତିଦିନ ଏମାନେ ୫ ଜଣ ପିଲାଙ୍କ ଘରକୁ ଯାଇଥାନ୍ତି । ସ୍କୁଲରେ ଯେମିତି ଘଣ୍ଟି ବାଜିବା ପରେ ପାଠପଢା ଆରମ୍ଭ ହୁଏ, ସେହିପରି ଥାଳି ବଜାଇ ପିଲାଙ୍କୁ ସ୍କୁଲ ଟାଇମ୍‌ ହେଲେ ପଢିବାକୁ କୁହନ୍ତୁ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିବାର ସଦସ୍ୟକୁ କହିଛନ୍ତି ।

ଗତ ୬ ତାରିଖରୁ ଏହି ରାଜ୍ୟରେ ଆରମ୍ଭ ହୋଇଛି ଆମ ଘର, ଆମ ବିଦ୍ୟାଳୟ ଯୋଜନା । କୋରୋନାରେ ସ୍କୁଲ, କଲେଜ ବନ୍ଦ ଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଯଦିଓ କିଛି ସ୍କୁଲ ଅନଲାଇନ୍‌ କ୍ଲାସ କରୁଛନ୍ତି । ମାତ୍ର ଆର୍ଥିକ ଅବସ୍ଥା ଖରାପ ଥିବା ଗରିବ ପରିବାର ପାଖରେ ସ୍ମାର୍ଟ ଫୋନ ଦେଇପାରୁ ନ ଥିବାରୁ ସେମାନଙ୍କ ପାଠପଢା ଏକପ୍ରକାର ଠପ୍‌ ହୋଇଡ଼ିଛି । ଏଭଳି ପରିସ୍ଥିତିରେ ପିଲାଙ୍କ ପାଠପଢାରେ ବାଧା ନ ଉପୁଜୁ, ସେଥିଲାଗି ମଧ୍ୟପ୍ରଦେଶ ସରକାର ନୂଆ ଯୋଜନା ହାତକୁ ନେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: