ନବରାତ୍ରିରେ କରନ୍ତୁ ଅଳୁ- ଚିନିରେ ଏହି ନୂଆ ଆଇଟମ

ନବରାତ୍ରିରେ କରନ୍ତୁ ଅଳୁ- ଚିନିରେ ଏହି ନୂଆ ଆଇଟମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏବେ ନବରାତ୍ରି ପୂଜା ଆରମ୍ଭ ହେବା ସହ ଉପବାସ ମଧ୍ୟ ଆରମ୍ଭ ହୋଇଛି। ଏହି ନବ ଦିନ ଉପବାସ ରଖିଥିବା ଲୋକମାନେ ବିନା ପିଆଜ ରସୁଣରେ ଏବଂ ସମ୍ପୂର୍ଣ୍ଣ ସୁଧ ଓ ଶାଶ୍ବତ ଖାଦ୍ୟ ସେବନ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏକ ନବରାତ୍ରି ସ୍ପେଶିଆଲ ଆଇଟମ ବିଷୟରେ କହୁଛୁ। ଯାହା କରିବାକୁ ଯେତିକି ସହଜ ଖାଇବାକୁ ତାଠୁ ଅଧିକ ସ୍ଵାଦିଷ୍ଟ। ତେବେ ଏହି ଆଇଟମଟି ଆଳୁରେ ହୋଇଥାଏ। ଯାହାକୁ କେହି କେହି ଆଳୁ ପିଠା ତ ଆଉ କେହି କେହି ହାଲୁଆ କହିଥାନ୍ତି। ଯେହେତୁ ଆଳୁ ସମସ୍ତଙ୍କର ପ୍ରିୟ ହୋଇଥାଏ ତେଣୁ ଏହି ଆଇଟମଟି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିବେ।

ଆବଶ୍ୟକୀୟ ସାମଗ୍ରୀ :

ସିଝା ଆଳୁ- ୩ଟା, ଘିଅ- ୩ ଚାମଚ, କ୍ଷୀର, ଚିନି- ୧ କପ, ଗୁଜୁରାତି ଅଳ୍ପ ଏବଂ ଡ୍ରାଏ ଫୁଡ, ଅଳ୍ପ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ସିଝା ଆଳୁରୁ ଚୋପା ଛଡାଇ ଭଲ ଭାବରେ ଚକଟି ରଖନ୍ତୁ। ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଗୋଟିଏ କଡେଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଚକଟା ଆଳୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଧ୍ୟାନ ରଖନ୍ତୁ କଡେଇରେ ଯେପରି ଆଳୁ ନ ଲାଗେ। କିଛି ସମୟ ପରେ ସେଥିରେ କ୍ଷୀର ମିଶାନ୍ତୁ, କ୍ଷୀର ଫୁଟି ଗଲେ ସେଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ବାରମ୍ବାର ଏହାକୁ ଗୋଳାଉଥାନ୍ତୁ ଯେପରି କଡେଇରେ ଅଳୁ ଲାଗି ନଯିବ। ଅଳ୍ପ ଆଞ୍ଚରେ କଲେ ଭଲ ହୋଇଥାଏ। କିଛି ସମୟ ପରେ ଏହା ସୁଜି ହାଲୁଆ ପରି ଦେଖାଯିବ। ଶେଷରେ ସେଥିରେ କାଜୁ, କିସମିସ୍ ଓ ବାଦାମ ପକାନ୍ତୁ। ଆପଣ ଯଦି ଚାହାନ୍ତି ଏଥିରେ ଅଳ୍ପ ସୁଝି ମିଶାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ ବା ପିଠା। ଆପଣ ଏହି ମିଶ୍ରଣକୁ ପୋଡ ପିଠା ଭଳି ଆକୃତି ଦେଇ ବାମ୍ଫ ଦେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: