ଶୀତଦିନେ ରୋଗରୁ ମୁକ୍ତି ପାଇଁ ପିଅନ୍ତୁ ପାଳଙ୍ଗ ସୁପ୍

ଶୀତଦିନେ ରୋଗରୁ ମୁକ୍ତି ପାଇଁ ପିଅନ୍ତୁ ପାଳଙ୍ଗ ସୁପ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶୀତଦିନେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳିଥାଏ। ପାଳଙ୍ଗ ଶାଗ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନେକ ଶୀତଦିନିଆ ରୋଗ ଯେପରି ଥଣ୍ଡା ଆଣ୍ଠୁ ଗଣ୍ଠି ଦରଜ ଭଳି ରୋଗରୁ ରକ୍ଷା କରିଥାଏ। ପାଳଙ୍ଗ ଶାଗକୁ ଯଦି ଆପଣ ଭାଜି ବା ଖରଡ଼ି ଅବା ତରକାରୀରେ ମିଶାଇ ଖାଇବାକୁ ସବୁବେଳେ ପସନ୍ଦ କରୁ ନାହାନ୍ତି ତେବେ ସପ୍ତାହରେ ୩-୪ଥର ପାଳଙ୍ଗ ଶାଗ ସୁପ୍ କରି ପିଇପାରନ୍ତି। ଏହା କରିବା ସହଜ ଓ ପାଳଙ୍ଗର ଉପକାରୀ ଉପାଦାନ ଶରୀରକୁ ଦେଇଥାଏ।ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ପାଳଙ୍ଗ ଶାଗ ସୁପ୍ ପିଇଲେ କେଶ ଝଡ଼ା ସମସ୍ୟା ମଧ୍ୟ ଦୂର ହୁଏ।

ଆବଶ୍ୟକ ସାମଗ୍ରୀ:

ପାଳଙ୍ଗ ଶାଗ କଟା ୪୦୦ ଗ୍ରାମ, ସିଝା ବୁଟ ଡାଲି ଅଧ କପ୍ , ଅଦା ପେଷ୍ଟ ୧ଛୋଟ ଚାମଚ, ରସୁଣ ପେଷ୍ଟ ୧ଛୋଟ ଚାମଚ, ବଟର ୧ ଚାମଚ, ଲୁଣ ସ୍ବାଦାନୁସାରେ, ଗୋଲମରିଚ ଗୁଣ୍ଡ ୧ଛୋଟ ଚାମଚ, ଜିରା ଗୁଣ୍ଡ ୧ଛୋଟ ଚାମଚ, ଆପଣ ଏଥିରେ ଅନ୍ୟ ପରିବା ଛୋଟ ଛୋଟ କାଟି ପକେଇ ପାରିବେ।

ପ୍ରସ୍ତୁତି ପ୍ରଣାଳି:

ପ୍ରଥ​‌ମେ ଚୁଲାରେ କଡ଼େଇ ବସାଇ ସେଥିରେ ବଟର ପକାନ୍ତୁ, ଏବେ ସେଥିରେ ଅଦା-ରସୁଣ ପେଷ୍ଟ ମିଶାଇ ଭଲରେ ଭାଜନ୍ତୁ। କିଛି ସେକେଣ୍ଡେ ପରେ କଟା ପାଳଙ୍ଗ ଶାଗ ମିଶାଇ ୨ ମିନିଟ୍ ଘାଣ୍ଟନ୍ତୁ। ଏବେ ସିଝା ବୁଟ ଡାଲି ମିଶାଇ ଚୁଲା ବନ୍ଦ କରିଦିଅନ୍ତୁ। ଏବେ ଏହି ମିଶ୍ରଣ ଥଣ୍ଡା ହେବା ପରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ସେଇ ବଟାକୁ ଏକ ପାତ୍ରରେ ବାହାର କରି ଗୋଲମରିଚ ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ ମିଶାଇ ସୁପ୍ ଭାବେ ପିଇପାରିବେ। ମିଶ୍ରଣ ଅଧିକ ଗାଢ଼ ହୋଇଥିଲେ, ସେଥିରେ ଆବଶ୍ୟକ ଅନୁଯାୟୀ ଗରମ ପାଣି ମିଶାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: