ଆସନ୍ତା ଜାନୁୟାରୀରୁ ଦେଶରେ ଉପଲବ୍ଧ ହୋଇପାରେ କୋରନା ଟିକା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆସନ୍ତା ଜାନୁୟାରୀରୁ ଦେଶରେ ଉପଲବ୍ଧ ହୋଇପାରେ କୋରନା ଟିକା। ସେ ଦୃଷ୍ଟିରୁ କିଭଳି ସୁରୁଖୁରରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର। ଟିକାକରଣ ଲାଗି କେନ୍ଦ୍ର ସରକାର ଗାଇଡଲାଇନ୍ ବି ଜାରି କରିଛନ୍ତି। କରୋନା ଟିକା ପାଇଁ ପଂଜିକରଣକୁ ବାଧ୍ୟତାମୂଳକ  କରାଯାଇଛି। www.cowin.gov.in and www.app.cowin.gov.inରେ ପଂଜିକରଣ କରିହେବ। ଭୋଟ ପରିଚୟପତ୍ର , ଆଧାର କାର୍ଡ, ଡ୍ରାଇଭିଂ ଲାଇସେନସ୍ ଓ ପାସପୋର୍ଟ ଭଳି ୧୨ ପ୍ରକାର ଡକ୍ୟୁମେଣ୍ଟ ସହାୟତାରେ ଏହି ପଂଜିକରଣ କରାଯାଇପାରିବ। ଯେଉଁମାନେ ନାଁ ପଂଜିକୃତ କରିଥିବେ ସେମାନେ ହିଁ ଟୀକା ପାଇବେ, ଟୀକା ଦାନ କେନ୍ଦ୍ରରେ ସ୍ପଟ୍ ପଂଜିକରଣ ବ୍ୟବସ୍ଥା ରହିବ ନାହିଁ।  ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, କରୋନାର ସମ୍ମୁଖ ଯୋଦ୍ଧା, ବୟସ୍କ ବ୍ୟକ୍ତି ଓ ଗୁରୁତର ରୋଗ ପୀଡିତଙ୍କୁ ଟୀକା ପ୍ରଦାନ କରାଯିବ। ଗୋଟିଏ ସେଣ୍ଟରରେ ଦିନକୁ ୧୦୦ରୁ ୨୦୦ ଜଣକୁ  ଭ୍ୟାକସିନ୍ ଦିଆଯିବ।  ଏଥିପାଇଁ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀ ଓ ଟିକାଦାନ କେନ୍ଦ୍ରଗୁଡିକର ଚୟନ ଶେଷ ହୋଇଛି।  ରାଜ୍ୟରେ ଟିକାରଣର ସୁପରିଚାଳନା ଲାଗି  ସିଟି, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ସହ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି।

ଓଡିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୧୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ୨୯ହଜାର ୨୭୬ କେନ୍ଦ୍ରରେ ଏହି ଟିକାକରଣ ହେବ ଓ ଏଥିରେ ୮ହଜାର ୨୭୬ ଟୀକା କର୍ମୀ  ନିୟୋଜିତ ହେବେ। ସେହିପରି ଟିକା ସଂରକ୍ଷଣ ଲାଗି ୧ହଜାର ୨୨୨ କୋଲଡ ଚେନ୍ ପଏଣ୍ଟକୁ ବ୍ୟବହାର କରାଯିବ। ଟିକା ନେବା ଆଣିବା ପାଇଁ ୧୭୯୬ ଆଇଏଲ୍ଆର୍ ଓ ୧୭୭୧  ଡିଫ୍ରିଜର୍ ର ବ୍ଯବସ୍ଥା କରାଯାଇଛି। ଓଡ଼ିଶାରେ ଗୋଟିଏ ରାଜ୍ୟ ସ୍ତରୀୟ ଭ୍ୟାକସିନ୍ ଷ୍ଟୋର ଥିବାବେଳେ ୯ଟି ଆଚଂଳିକ ଓ  ୩୨ଟି ଜିଲ୍ଲାସ୍ତରୀୟ ଭ୍ୟାକସିନ୍ ଷ୍ଟୋର ରହିଛି।

ଟିକାକରଣ ଲାଗି ପ୍ରତି କେନ୍ଦ୍ରରେ ୫ ଜଣ ଭ୍ୟାକସିନେଟରସ ରହିବେ। ସେହିପରି ପ୍ରତି କେନ୍ଦ୍ରରେ ୱେଟିଂ ରୁମ୍, ଭ୍ୟାକସିନ୍ନେସନ୍ ରୁମ୍ ଓ ଅବଜରଭେସନ୍ ରୁମ୍ ଏଭଳି ତିନିଟି କୋଠରୀ ରହିବ। ଟିକା ନେବା ପରେ ସ୍ୱାସ୍ଥ୍ୟସେବା ନିରୀକ୍ଷଣ ଲାଗି ସଂପୃକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ପାଇଁ ଟିକାକରଣ କେନ୍ଦ୍ରରେ ରହିବାକୁ ପଡିବ।

%d bloggers like this: