ବିଜୟ ଦିବସ; ‘ଦି ୱାର ଇଜ୍ ଓଭର’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:୧୬ ଡିସେମ୍ବରରେ ଦେଶ ପାଳନ କରିଥାଏ ‘ବିଜୟ ଦିବସ’  ।  ୧୯୭୧ମସିହା ଆଜିର ଦିନରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ରକ୍ତରଞ୍ଜିତ ଯୁଦ୍ଧରେ ଭାରତକୁ ବିଜୟ ପ୍ରାପ୍ତି ହୋଇଥିଲା । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି।  

https://twitter.com/PrismNewsOdisha/status/1339041272116363264

ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ। ଭାରତ-ପାକ ମଧ୍ୟରେ ହୋଇଥିବା ଯୁଦ୍ଧ ପରେ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ଉତ୍ପନ୍ନ ହୋଇଥିଲା। ପ୍ରତ୍ୟେକ ଭାରତୀୟ ଏହି ଐତିହାସିକ ଦିନ ବିଷୟରେ ଜାଣିବା ଉଚିତ। ଏହି ଯୁଦ୍ଧରେ ଶହୀଦ ହୋଇଥିବା ସେହି ବୀରମାନେ ସର୍ବଦା ସ୍ମରଣୀୟ। ସେହି ବୀରଯବାନଙ୍କ ବଳିଦାନକୁ ମନେ ରଖିବା ଉଚିତ। ଏହି ଦିନ ହେଉଛି ସେହି ସେନାଙ୍କ ସାହସୀ,ତ୍ୟାଗକୁ ମନେ ପକାଇବାର ଦିନ।

୧୯୭୧ ମସିହାରେ, ପୂର୍ବ ପାକିସ୍ତାନରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭାରତ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯାହା ପରେ ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ଥାନ) ସ୍ବତନ୍ତ୍ର ଦେଶ ଭାବେ ଗଠନ ହେଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଦେଶର ସ୍ବାଧୀନ ପରେ ଭାରତରେ ପାକିସ୍ତାନ ମଧ୍ୟରେ ଅନେକ ଯୁଦ୍ଧ ହୋଇଥିଲା କିନ୍ତୁ ୧୯୭୧ ଏବଂ ୧୯୯୯ ର କାର୍ଗିଲ ଯୁଦ୍ଧ ସବୁଠୁ ସ୍ମରଣୀୟ। ୧୯୪୭, ୧୯୬୫, ୧୯୭୧ ଏବଂ ୧୯୯୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଛି।

ଯୁଦ୍ଧକୁ ନେଇ ୫ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ

– ୧୯୭୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ୪୯ ବର୍ଷ ହେବ। ଏହି ଯୁଦ୍ଧରେ ଭାରତ ପ୍ରାୟ ୧୫୦୦ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା। ଯାହା ସେହି ସମୟର ସବୁଠାରୁ ବଡ କ୍ଷତି ଥିଲା।

-ପାକିସ୍ତାନୀର ୯୩ ହଜାର ସୈନିକ ଯୁଦ୍ଧ ସମୟରେ ଧଳା ପତାକା ଦେଖାଇ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧ ବାଂଲାଦେଶ ମୁକ୍ତି ପାଇଁ ଥିଲା।

-ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ୱରୂପ ବାଂଲାଦେଶ ସ୍ୱାଧୀନ ହୋଇଥିଲା। ଯାହା ଭାରତୀୟ ସେନା ପାଇଁ ଏକ ବଡ଼ ଉତ୍ସବରୁ କମ୍ ନ ଥିଲା । ତେଣୁ ଏହି ଦିନ (16 ଡିସେମ୍ବର) ବିଜୟ ଦିବସ ଭାବରେ ପାଳନ କରାଯାଏ । ଭାରତୀୟ ସେନାର ବିଜୟକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କ ବଳିଦାନକୁ ମନେ ପକାନ୍ତି।

-କୁହାଯାଏ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ସାମରିକ ଯୁଦ୍ଧ ୩ ଡିସେମ୍ବର ସୁଦ୍ଧା ଢାକା ପହଞ୍ଚିବା ବେଳକୁ ହ୍ରାସ ପାଇଯାଇଥିଲା।

ଭାରତ-ପାକିସ୍ତାନରେ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୪ ହଜାର ସୈନିକ ସହିଦ ହୋଇଥିଲେ। କୁହାଯାଏ ଯେ ଯୁଦ୍ଧ ସମୟରେ ବାଂଲାଦେଶର ୩ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।

ମୁକ୍ତି ବାହିନୀଗଠନ

ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରିବା ପାଇଁ ‘ମୁକ୍ତି ବାହିନୀ’ ଗଠନ କରାଯାଇଥିଲା। ୧୯୬୯ ମସିହାରେ, ପାକିସ୍ତାନର ତତ୍କାଳୀନ ସାମରିକ ଶାସକ ଜେନେରାଲ ଆୟୁବଙ୍କ ବିରୋଧରେ ପୂର୍ବ ପାକିସ୍ତାନରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ୧୯୭୦ ରେ ବାଂଲାଦେଶର ପ୍ରତିଷ୍ଠାତା ନେତା ଶେଖ ମୁଜିବୁର ରହମାନଙ୍କ ଗତିବିଧି ସମୟରେ ଏହା ସର୍ବୋଚ୍ଚ ସ୍ତରରେ ଥିଲା। ଶେଷରେ ୧୬ ଡିସେମ୍ବର ୧୯୭୧ରେ ବାଂଲାଦେଶ ପାକିସ୍ତାନର ଅତ୍ୟାଚାରରୁ ମୁକ୍ତି ପାଇଲା।

%d bloggers like this: