ଭିନ୍ନକ୍ଷମଙ୍କୁ ବିମାନ ବାରଣ କରାଯାଇ ପାରିବ ନାହିଁ

ଭିନ୍ନକ୍ଷମଙ୍କୁ ବିମାନ ବାରଣ କରାଯାଇ ପାରିବ ନାହିଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏଣିକି କୌଣସି ଭିନ୍ନକ୍ଷମଙ୍କୁ ବିମାନ ଯାତ୍ରାରେ ବାରଣ କରାଯାଇପାରିବ ନାହିଁ। ବିମାନ କର୍ତ୍ତୃପକ୍ଷମାନେ ଭିନ୍ନକ୍ଷମଙ୍କୁ ନେବାକୁ ମନା କରିପାରିବେ ନାହିଁ। ଏନେଇ ବେସାମରିକ ବିମାନଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରାଞ୍ଚି ବିମାନ ବନ୍ଦରରରେ ଜଣେ ଭିନ୍ନକ୍ଷମଙ୍କୁ ଇଣ୍ଡିଗୋ ବିମାନ ପକ୍ଷରୁ ବାରଣ କରାଯିବା ନେଇ ଦେଶବ୍ୟାପି ଚର୍ଚ୍ଚାର କାରଣ ପାଲିଟିଥିଲା। ଏହା ପରେ ଉକ୍ତ ବିମାନ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହା ପରେ ଡିଜିସିଏ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି।ଯଦି ସେଭଳି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନଜରକୁ ଆସେ ତେବେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବେ। ଏଥିପାଇଁ ଡାକ୍ତଙ୍କୁ କେଟାଗୋରିକାଲି ରିପୋର୍ଟ ଦେବାକୁ ପଡ଼ିବ। ସେହିପରି ସେ ବିମାନ ଯାତ୍ରା କରିବାକୁ ସକ୍ଷମ କି ନୁହଁ ଡାକ୍ତର ରିପୋର୍ଟ ଦେବେ । ଡାକ୍ତରୀ ରିପୋର୍ଟ ପାଇବା ପରେ ଏୟାରଲାଇନ୍ସ ଉପଯୁକ୍ତ ପଦକ୍ଷେପ ନେଇ ପାରିବ ବୋଲି ଡିଜିସିଏ କହିଛି।

ନିକଟରେ ରାଞ୍ଚି ବିମାନବନ୍ଦରରେ ଜଣେ ପିଲାକୁ ତାଙ୍କ ବାପାମାଙ୍କ ସହ ବିମାନ ଯାତ୍ରା ପାଇଁ ଅନୁମତି ନଦେବା ମହଙ୍ଗା ସାବ୍ୟସ୍ତ ହୋଇ ଥିଲା । ଏଥିପାଇଁ ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ପିଲାଟିର ଆଚରଣ ସ୍ୱଭାବିକ୍‌ ନଥିବାରୁ ପିଲାଟିକୁ ବିମାନ ଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିଲା। ତେବେ ତଦନ୍ତ ବେଳେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟି ଥିବା ଜଣାଡ଼ିଛି। ଫଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ପିଲାଟିକୁ ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ର ଜଣେ ପ୍ରତିନିଧି ଆରୋହଣ କରାଇ ଦେଇ ନ ଥିଲେ।

ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ।ସେଠାରେ ଉପସ୍ଥିତ ଥିବା ଅଭିନନ୍ଦନ ମିଶ୍ର ନାମକ ଜଣେ ଯାତ୍ରୀ ଏହାକୁ ସୁଟ କରି ଟ୍ୱିଟ୍‌ କରିଥିଲେ। ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନ‌େ ବି ଯାଉଥିଲେ। ଅସୁବିଧା ହେଲେ ସାହାଯ୍ୟ କରିବେ ବ‌ୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିମାନଟି ଭିନ୍ନକ୍ଷମ ପିଲା ଓ ତା’ର ଅଭିଭାବକଙ୍କୁ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା। ତେବେ ଏହି ମାମଲାକୁ ଗୁରୁତର ସହ ନେଇଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ‌ଜ୍ୟୋତିରାଦିତ୍ୟା ସିନ୍ଧିଆ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: