ଜିଦରେ ଅଟଳ ବ୍ରାହ୍ମଣ ଓ ପୂଜାପଣ୍ଡା, ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବା ନେଇ ଆଶଙ୍କା

ଜିଦରେ ଅଟଳ ବ୍ରାହ୍ମଣ ଓ ପୂଜାପଣ୍ଡା, ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବା ନେଇ ଆଶଙ୍କା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଗତକାଲି ହୋଇପାରିଲାନି ମଙ୍ଗନ।ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି। ଜିଦରେ ଅଟଳ ବ୍ରାହ୍ଣଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ। ଅସହଯୋଗ କାରଣରୁ କାଲି ହୋଇନି ଲିଙ୍ଗରାଜଙ୍କ ମଙ୍ଗନ ନୀତି।ଦେବଦମ୍ପତିଙ୍କ ବିବାହ ନେଇ ଅନିଶ୍ଚିତତା,ଆଲୋଚନା ସତ୍ବେ ବାହାରୁନି ସମାଧାନ ବାଟ। ତେଣୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ବନ୍ଦ ହେବା ନେଇ ଆଶଙ୍କା ବଢିଛି।ଶ୍ରୀଲଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଦୂର କରିବାକୁ ଉପଜିଲ୍ଲାପାଳ ଡାକିଛନ୍ତି ବୈଠକ। ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ନେଇ ବୈଠକରେ ହେବ ଆଲୋଚନା ।

ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହିତ ମନ୍ଦିର ପ୍ରଶାସନ କରିବ ଆଲୋଚନା। ଉପଜିଲ୍ଲାପାଳଙ୍କ ଅଫିସରେ ବସିଛି ବୈଠକ।ପୂର୍ବ ଦାବି ପୂରଣ ହୋଇନଥିବାରୁ ଉଭୟ ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗ ଅସହଯୋଗ କରିଛନ୍ତି। ସମାଧାନର ବାଟ ନବାହାରିଲେ ଚଳିତ ବର୍ଷ ଶୀତଳଷଷ୍ଠୀ ବନ୍ଦ ହେବା ଆଶଙ୍କା ଦେଖାଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: