କଂଗ୍ରେସକୁ ପିକେଙ୍କ ଆବଶ୍ୟକତା ନାହିଁ

କଂଗ୍ରେସକୁ ପିକେଙ୍କ ଆବଶ୍ୟକତା ନାହିଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ନହେବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । କଂଗ୍ରେସ ତାଙ୍କୁ ନେଇ ଅସୁରକ୍ଷିତ ମନେ କଲା ନା କଂଗ୍ରେସର ନେତୃତ୍ୱ ନେବାରୁ ସେଭଳି ସ୍ୱାଧୀନତା ନାହିଁ ବୋଲି ପିକେ ଦଳରେ ସାମିଲ ହେଲେନି ଏ ନେଇ ଚର୍ଚ୍ଚା ବଢିଛି । ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ।

ପ୍ରଶାନ୍ତ କିଶୋର କହିଛନ୍ତି, କଂଗ୍ରେସକୁ ପିକେ ଦରକାର ନାହିଁ । କଂଗ୍ରେସରେ ଅନେକ ନେତା ରହିଛନ୍ତି ଯେଉଁମାନେ ଦଳକୁ ଆଗକୁ ନେଇପାରିବେ । ମୋର ଇମେଜ ଏବଂ ପ୍ରଭାବ ଏପରି ନାହିଁ ଯେ, କଂଗ୍ରେସକୁ ମଜବତୁ କରାଇବ।ପ୍ରଶାନ୍ତ କିଶୋର କହିଛନ୍ତି, ମୁଁ କଂଗ୍ରେସକୁ ଯାହା କହିଥିଲି…ଏଥିରେ କାମ କରିବା ନା ନକରିବା ସେମାନଙ୍କର ପସନ୍ଦ, ଏହି ବୈଠକରେ ରାହୁଲ ଗାନ୍ଧୀ ସାମିଲ ହୋଇ ନଥିଲେ, ତେବେ ନେତୃତ୍ୱ ନେଇ ପ୍ରଶାନ୍ତ କିଶୋର ଦଳକୁ କ’ଣ ପରାମର୍ଶ ଦେଇଛନ୍ତି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି।କଂଗ୍ରେସରେ ଯୋଗଦେବା ପୂର୍ବରୁ ସୋନିଆଙ୍କୁ ଭେଟିଥିଲେ ପ୍ରଶାନ୍ତ କିଶୋର । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଆଗରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ସଂପର୍କରେ ଏକ ପ୍ରେଜେଣ୍ଟେସନ୍ ଦେଇଥିଲେ ।ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କହିଛନ୍ତି ଯେ ତାଙ୍କ ନିର୍ବାଚନ ତଥ୍ୟ ବହୁତ ପ୍ରଭାବଶାଳୀ ଥିଲା, କିନ୍ତୁ ନେତୃତ୍ୱକୁ ନେଇ ତାଙ୍କ ପାଖରେ କୌଣସି ପରାମର୍ଶ ନଥିଲା।କାହିଁକି କଂଗ୍ରେସରେ ଯୋଗ ଦେଲେନି ପ୍ରଶାନ୍ତ କିଶୋର? ମିଳିଥିବା ସୂଚନା ଅନୁଯାୟୀ ଦୁଇଟି କାରଣ ପାଇଁ ଏହି ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଏକ ହାଇଲେବୁଲ କମିଟିରେ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା, କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରଶାନ୍ତ କିଶୋର କଂଗ୍ରେସ ଅଧ୍ୟକ୍ଷଙ୍କ ରାଜନୈତିକ ସଚିବ ହେବାକୁ ଚାହୁଁଥିଲେ କିମ୍ବା ଉପାଧ୍ୟକ୍ଷ ହେବାକୁ ଚାହୁଁଥିଲେ।ଏନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି, ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେ ନାହିଁ, ଏହାପରେ ସେ ବିଦେଶ ଯାଇଛନ୍ତି । ପରେ ସେ ଏ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। କଂଗ୍ରେସ ଦଳର ସଂସ୍କାର ପାଇଁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଓ ଯୋଜନା ସ୍ଥାୟୀ ନୁହେଁ ବୋଲି ଅନେକ କଂଗ୍ରେସ ନେତା ବୈଠକରେ ମତ ରଖିଥିବା ସୂଚନା ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: