ସଲିମ ଘୋଷଙ୍କ ପରଲୋକ

ସଲିମ ଘୋଷଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ହିନ୍ଦୀ ସିନେ ଅଭିନେତା ସଲିମ ଘୋଷ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ୮୦ ଦଶକର ଚର୍ଚ୍ଚିତ ଅଭିନେତା ଏକାଧିକ ଧାରାବାହିକ ଓ ସିନେମାରେ ନିଜ ଦକ୍ଷତା ପ୍ରତିପାଦନ କରି ଉଚ୍ଚ ପ୍ରଶଂସା ପାଇଥିଲେ ।

ଦୂରଦର୍ଶନରେ ପ୍ରସାରିତ ସୁବାହ ରେ ତାଙ୍କୁ ଭଲ ଅଭିନେତାର ପରିଚିତି ମିଳିଥିଲା ।ରାମ, କୃଷ୍ଣ, ଟିପୁ ସୁଲତାନ୍, ଭାରତ ଏକ ଖୋଜ୍ ରେ ଅଭିନୟ କରି ୮୦ ଦଶକରେ ଭାରତୀୟ ଦର୍ଶକଙ୍କ ମନ ଛୁଇଁ ଯାଇଥିଲେ । ମନ୍ଥନ, କଲୟୁଗ, ଚକ୍ର, ସାରାଂଶ, ମୋହନ ଜୋଶୀ ହାଜିର ହୋ, ତ୍ରିକାଳ, ଅଘାତ, ଦ୍ରୋହି, କୋଏଲା ଆଦି ଚଳଚ୍ଚିତ୍ରରେ ସଲିମ ନିଖୁଣ ଅଭିନୟ କରିଥିଲେ ।ସିନେମା ଅଭିନୟ ବ୍ୟତୀତ ସେ ଦ ଲାୟନ କିଙ୍ଗ ଏବଂ ୩୦୦ ଭଳି ସିନେମା ପାଇଁ ସ୍ବର ସଂଯୋଜନା କରିଥିଲେ । ଏଫଟିଆଇଆଇ ପୁନେ ରୁ ପାସ୍ କରିଥିବା ସଲିମ୍ ଶେଷ ବେଳକୁ ମୁମ୍ବାଇରେ ନାଟକ ରେ ଅଧିକ ସମୟ ବିତାଉଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: