୧୨୫କୋଟିରେ ବିକ୍ରି ହେଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

୧୨୫କୋଟିରେ ବିକ୍ରି ହେଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଫିଲ୍ମ ‘ପୋନିୟିନ ସେଲଭାନ୍‌’ ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ପୋନିୟିନ ସେଲଭାନ୍‌ ୨ଟି ଭାଗରେ ରିଲିଜ୍‌ କରାଯିବ। ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ସିନେମା ହଲ୍‌ରେ ରିଲିଜ୍‌ ହେବ। ପରେ ଏହାକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ଦେଖିପାରିବେ ଦର୍ଶକ। ଆମାଜନ ପ୍ରାଇମ ଭିଡିଓ ଫିଲ୍ମର ଡିଜିଟାଲ ଅଧିକାର ହାସଲ କରିଛି, ଯେଉଁଥିପାଇଁ ତା’କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଆକ୍ସନ-ଆଡଭେଞ୍ଚରରେ ଭରପୂର ଥିବା ପୋନିୟିନ ସେଲଭାନ ଫିଲ୍ମର ଭାଗ-୧ ଏବଂ ଭାଗ-୨ର ଷ୍ଟ୍ରିମିଂ ଅଧିକାର ପାଇଁ ଆମାଜନ ପ୍ରାଇମକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ଫିଲ୍ମର ରାଇଟ୍ସକୁ ଏକ ରେକର୍ଡ ସଂଖ୍ୟକ ମୂଲ୍ୟରେ ବିକ୍ରି କରାଯାଇଛି। ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡର ବିଜେତା ତଥା ନିର୍ମାତା ମଣି ରତ୍ନମ୍‌ଙ୍କ ବହୁ ପ୍ରତୀକ୍ଷିତ ପୋନିୟିନ ସେଲଭାନ୍‌ ଫିଲ୍ମ ଲେଖକ-କାର୍ଯ୍ୟକର୍ତ୍ତା କାଲ୍କି କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ଉପରେ ଆଧାରିତ। ଜଣେ ମହାନ ଭାରତୀୟ ରାଜା ଚୋଲଙ୍କ କାଳ୍ପନିକ କାହାଣୀ ଉପରେ ଏହି ପିଲ୍ମଟି ପର୍ଯ୍ୟବେଶିତ। ଦଶମ ଶତାବ୍ଦୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମର ନିର୍ମାତାମାନେ ରିଲିଜ୍‌ ତାରିଖ ଘୋଷଣା କରିବା ସହ ଏହାର ପ୍ରଥମ ଲୁକ୍‌କୁ ଜାରି କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକ ବହୁ ଉତ୍ସାହର ସହ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି। ତାମିଲ ଭାଷାର ଏହି ଐତିହାସିକ ଫିଲ୍ମକୁ ଅନ୍ୟ ୪ଟି ଭାଷାରେ ରିଲିଜ୍‌ କରାଯିବ। ଯଥା ହିନ୍ଦୀ, କନ୍ନଡ, ମାଲାୟାଲମ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ହେବାର କିଛି ସମୟ ପରେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ଦେଖାଯିବ। କିନ୍ତୁ ଏବେ ଏହାର ତାରିଖ ଘୋଷଣା କରାଯାଇନାହିଁ। ଏହି ଫିଲ୍ମାର ଜୟମ ରବି,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନୀ ଓ ମନ୍ଦାକିନି ଦେବୀଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: