ସହଜରେ ପ୍ରସ୍ତୁତ କରନ୍ତୁ ମୁଢ଼ି ଘାଣ୍ଟି

ସହଜରେ ପ୍ରସ୍ତୁତ କରନ୍ତୁ ମୁଢ଼ି ଘାଣ୍ଟି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ଓଡ଼ିଆ ଭୋଜିର ଏକ ସ୍ଵତନ୍ତ୍ର ଆଇଟମ ହୋଇଥାଏ ମୁଢ଼ି ଘାଣ୍ଟ। ଯିଏ ଖାଇଛି ସିଏ ତାର ମଜା ଜାଣିଛି। ଏହାର ନା ସିନା ମୁଢ଼ି ଘାଣ୍ଟ ତେବେ ଏଥିରେ ଆହୁରି ଅନେକ ଜିନିଷ ପଡ଼ିଥାଏ। ଆମିଷ ଖାଉଥିବା ଲୋକ ଓ ଓଡ଼ିଆ ଘରର ଖାଦ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହା ସବୁବେଳେ ପ୍ରଥମ ପସନ୍ଦ ହୋଇଥାଏ। ତେବେ ଆପଣ ଘରେ କିପରି ମୁଢ଼ି ଘାଣ୍ଟ ପ୍ରସ୍ତୁତ କରିବେ ଆଜି ଆମେ ଆପଣଙ୍କୁ ଜଣାଉଛୁ।

ଆବଶ୍ୟକ ସାମଗ୍ରୀ:
ବଡ ମାଛ ୫୦୦ ଗ୍ରାମ, ବୁଟ ଡାଲି ୨୦୦ ଗ୍ରାମ, ପିଆଜ,ରସୁଣ, ଅଦା, ଆଳୁ, ଟମାଟୋ, ତେଲ, ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମାଛକୁ କାଟି ଧୋଇ ଦିଅନ୍ତୁ ସେଥିରେ ଲୁଣ ଓ ହଳଦି ଗୋଳେଇ ଭାଜି ଦିଅନ୍ତୁ । ବୁଟ ଡ଼ାଲିକୁ ଆଗରୁ ବତୁରାଇ ପ୍ରେସର କୁକରରେ ସିଝାଇ ରଖନ୍ତୁ । ଏବେ ପିଆଜ, ଅଦା, ରସୁଣ ମିଶାଇ ମସଲା ବାଟି ଦିଅନ୍ତୁ । ଏବେ କରେଇ ଗରମ କରି ସେଥିରେ ତେଲ ଦିଅନ୍ତୁ, ତେଲ ଗରମ ହେଲେ ସେଥିରେ ଗୋଟା ଡ଼ାଳଚିନି, ତେଜପତ୍ର,ଶୁଖିଲା ଲଙ୍କା ପକାନ୍ତୁ। ଏବେ ସେଥିରେ ବଟା ମସଲା ପକେଇ ଭଲଭାବେ କଷି ଦିଅନ୍ତୁ । ଏବେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏବେ ସେଥିରେ ସିଝା ବୋଟ ଡାଲି, ଭଜାଆଳୁ, ମାଛ ପକାଇ ଘାଣ୍ଟି ଦିଅନ୍ତୁ। ଏବେ ସେଥିରେ ଗୁଣ୍ଡ ମସଲା ପକାନ୍ତୁ। ଏହା ଫୁଟି ତରକାରୀ ପ୍ରସ୍ତୁତ ହୋଇଗଲେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ବର୍ତ୍ତମାନ ମୁଢ଼ି ଘାଣ୍ଟ ପ୍ରସ୍ତୁତ ହୋଇଗଲା । ବୁଟ ଡ଼ାଲି ବଦଳରେ ମୁଗ ଡ଼ାଲି ମଧ ଆପଣ ବ୍ୟବହାର କରି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: