ମନ୍ତ୍ରୀ ସାଧନ ପାଣ୍ଡେଙ୍କ ପରଲୋକ

ମନ୍ତ୍ରୀ ସାଧନ ପାଣ୍ଡେଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ତଥା ଟିଏମ୍ସି ନେତା ସାଧନ ପାଣ୍ଡେଙ୍କର ରବିବାର ସକାଳେ ମୁମ୍ବାଇରେ ପରଲୋକ ହୋଇଯାଇଛି । ତାଙ୍କୁ ୭୧ ବର୍ଷ ହୋଇଥିଲା। ଫୁସଫୁସ୍ ସଂକ୍ରମଣ ଯୋଗୁ ସେ ଦୀର୍ଘଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା। ସେ ଭେଣ୍ଟିଲେଟରରେ ଥିଲେ। ତାଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକବ୍ୟକ୍ତ କରିଛନ୍ତି। ଏଥି ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସୋମବାର ସାଧନଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: