ବିବାହ ବନ୍ଧନରେ ବାନ୍ଧିହେଲେ ଶିବାନୀ, ଫରହାନ୍

ବିବାହ ବନ୍ଧନରେ ବାନ୍ଧିହେଲେ ଶିବାନୀ, ଫରହାନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୀର୍ଘ ୪ ବର୍ଷର ଡେଟିଂ ପରେ ସାତଜନ୍ମ ପାଇଁ ବାନ୍ଧିହେଲେ ଶିବାନୀ ଦଣ୍ଡେକର ଏବଂ ବଲିଉଡ୍ ଅଭିନେତା ଫରହାନ ଅଖତର । ଦୁହେଁ ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଙ୍କ ବିବାହ ଜାଭେଦ୍ ଅଖକ୍ତର ଏବଂ ଶବାନା ଅାଜମୀଙ୍କ ଫାର୍ମହାଉସ୍ ରେ ସମ୍ପନ୍ନ ହୋଇଛି। ଏହାର ପ୍ରଥମ ଫଟୋ ସୋସିଅାଲ ମିଡିଅାରେ ଭାଇରାଲ ହେବା ପରେ ଉଭୟଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଉଭୟ ହିନ୍ଦୁ କି ମୁସଲମାନ ରୀତିନୀତି ବଦଳରେ ସାଧାରଣ ଢଙ୍ଗରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହରେ ସାମିଲ ହୋଇଥିବା ଅତିଥିମାନଙ୍କୁ ମଧ୍ୟ ସାଧାରଣ ଭାବେ ଅାସି ବିବାହ ଉତ୍ସବରେ ଯୋଗ ଦେବାକୁ କୁହାଯାଇଥିଲା । ଉତ୍ସବରେ ଶିବାନୀଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ, ଫରହାନଙ୍କ ବନ୍ଧୁ ହ୍ରିତିକ ରୋଶନ, ସାକିବ ସଲିମ, ଅମୃତା ଆରୋରା, ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋଓ୍ୱାରିକର ଏବଂ ରାକେଶ ଓମ୍ ପ୍ରକାଶ ମେହେରା, ରବିନା ଟଣ୍ଡନଙ୍କ ସ୍ବାମୀ ଅନିଲ ଥଡାନୀ, ଅନୁଷା ଦଣ୍ଡେକରଙ୍କ ସମେତ ଆଉ କେତେଜଣ ସେଲିବ୍ରିଟି ଯୋଗ ଦେଇଥିଲେ । ପ୍ରକାଶ ଯେ, ଫରହାନ୍ ଶିବାନୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: