ୟୁକ୍ରେନ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ୟୁକ୍ରେନ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରୁଷିଆର ଆକ୍ରମଣ ଆଶଙ୍କା ବଢ଼ୁଥିବାରୁ ୟୁକ୍ରେନ୍ ରେ ଥିବା ଭାରତୀୟମାନଙ୍କୁ ସାମୟିକ ଭାବେ ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ ଆବଶ୍ୟକତା ନ ଥିଲେ ସେଠାରୁ ପଳାଇ ଆସିବା ଲାଗି ରବିବାର ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍ ସଙ୍କଟକୁ ନେଇ ରୁଷିଆ ଓ ନାଟୋ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ପରାମର୍ଶ ଦିଅାଯାଇଛି । ଭାରତୀୟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବ୍ୟବସାୟିକ ବିମାନ କିମ୍ବା ଚାର୍ଟାର୍ଡ ବିମାନରେ ୟୁକ୍ରେନ୍ ଛାଡ଼ି ଚାଲି ଆସିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ୟୁକ୍ରେନରେ ପ୍ରାୟ ୧୮,୦୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: