‘ଗୋଆରେ ଚଳିବନି ଦିଲ୍ଲୀର ଷ୍ଟ୍ରଙ୍ଗ୍ ଆର୍ମ ଟାକଟିସ୍’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୋଆରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ତିନି ଦିନିଆ ଗୋଆ ଗସ୍ତରେ ଥିବା ଦିଦି, ବିଜେପି ସରକାରକୁ ଦେଇଛନ୍ତି ବଡ଼ ଚ୍ୟାଲେଞ୍ଜ । କେନ୍ଦ୍ର ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଦିଲ୍ଲୀର ଷ୍ଟ୍ରଙ୍ଗ ଆର୍ମ ଟାକଟିସ୍ ଗୋଆରେ ଚାଲିବ ନାହିଁ। ଗୋଆରେ ସଂସ୍କୃତି, ପରମ୍ପରା, ଐତିହ୍ୟ ସମୃଦ୍ଧ ଏବଂ ବଳିଷ୍ଠ । ସେ ଜଣେ ସଚ୍ଚା ହିନ୍ଦୁ । ତାଙ୍କୁ ଚରିତ୍ର ପ୍ରମାଣପତ୍ର ବା କ୍ୟାରେକ୍ଟର ସାର୍ଟିଫିକେଟ ଦେବାକୁ ବିଜେପି କିଏ ବୋଲି ପ୍ରଶ୍ନ କରିଛନ୍ତି ଦିଦି। ସେହିପରି ଚେତାଇ ଦେଇ ସେ କହିଛନ୍ତି ଯେ, ଦିଲ୍ଲୀ କା ଦାଦାଗିରି ନହିଁ ଚଲେଗା। ଆମେ ଚାହୁଁ ଦେଶରେ ସଂଘୀୟ ଶାସନ ବ୍ୟବସ୍ଥା ସୃଦୃଢ଼ ଏବଂ ଶକ୍ତିଶାଳୀ ହେଉ। ତୃଣମୂଳ କଂଗ୍ରେସ ଗୋଆର ସଂସ୍କୃତି ଏବଂ ଐତିହ୍ୟକୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ ନେଇ ବଦ୍ଧ ପରିକର।
ଅନ୍ୟପଟେ ଦିଦିଙ୍କ ଏହି ଗସ୍ତ ଟିଏମସିକୁ ଅଧିକ ଶକ୍ତିଶାଳୀ କରିଥିବାବେଳେ ଦଳରେ ସାମିଲ ହୋଇଛନ୍ତି ଭାରତୀୟ ଟେନିସ ଲିଜେଣ୍ଡ ଲିଆଣ୍ଡର ପେସ୍ । ଗୋଆରେ ଜନ୍ମଗ୍ରହଣ କରିଥିବା ଲିଆଣ୍ଡର, ପାନାଜୀରେ ଦିଦିଙ୍କ ଉପସ୍ଥିତିରେ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି। ଦିଦି ଲିଆଣ୍ଡର ପେସଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।ଗୋଆରେ ଶକ୍ତି ବଢ଼ାଉଛି ଦିଦିଙ୍କ ତୃଣମୂଳ କଂଗ୍ରେସ । ପୂର୍ବରୁ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେରିଓ ଟିଏମସିରେ ସାମିଲ ହୋଇ ସାରିଥିବା ବେଳେ, ଲିଆଣ୍ଡର ପେସଙ୍କ ଯୋଗଦାନ ଦଳକୁ ଅଧିକ ସଶକ୍ତ କରିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *