ଆଉ ଦିନେ ଜେଲରେ ରାତି କାଟିବେ ଆର୍ୟନ ଖାନ

ଆଉ ଦିନେ ଜେଲରେ ରାତି କାଟିବେ ଆର୍ୟନ ଖାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଉ ଦିନେ ଜେଲରେ କଟିବ ରାତି। ବମ୍ବେ ହାଇକୋର୍ଟଙ୍କ ଜାମିନ ଶୁଣାଣି ୨୪ ଘଣ୍ଟା ବିତିଗଲା, କିନ୍ତୁ ଆରୟାନ ଖାନଙ୍କ ଜେଲରୁ ମୁକୁଳିବା କାଗଜପତ୍ର ପ୍ରସ୍ତୁତି ସରି ପାରିଲା ନାହିଁ। ସେଥିପାଇଁ ଜେଲରେ ଆଜି ରାତି କାଟିବାକୁ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସମସ୍ତ ଫର୍ମାଲିଟିଜ୍ ପୂରଣ କରିବା ପାଇଁ ସନ୍ଧ୍ୟା ସାଢ଼େ ୫ଟା ଡେଡଲାଇନ୍ ରହିଥିଲା। କିନ୍ତୁ ତାହାରି ଭିତରେ ସେ ସବୁ କାମ ସରି ପାରିଲା ନାହିଁ। ତେଣୁ ଆରୟାନ ଖାନଙ୍କୁ ଆଉ ରାତି ଜେଲରେ କାଟିବାକୁ ପଡ଼ିବ। ଶନିବାର ସେ ଜେଲରୁ ବାହାରି ପାରନ୍ତି। ଅନ୍ୟପଟେ ବମ୍ବେ ହାଇକୋର୍ଟ ଆରୟାନଙ୍କ ଜାମିନ ବଦଳରେ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକା ଏବଂ ଜଣେ ଜାମିନଦାରଙ୍କ ବନ୍ଧକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆରୟାନଙ୍କ ଜାମିନଦାର ଭାବେ ଅଭିନେତ୍ରୀ ଜୁହି ଚାୱଲା ବମ୍ବେ ହାଇକୋର୍ଟରେ ହାଜର ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: