ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ସ୍ପ୍ରିଙ୍ଗ୍‌ ରୋଲ୍

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ସ୍ପ୍ରିଙ୍ଗ୍‌ ରୋଲ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳୀ, ଆଉ ଏଥି ପାଇଁ ସମସ୍ତଙ୍କ ଘରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଘର ସଫାରୁ ଆରମ୍ଭ କରି ମିଠା ତିଆରି ସବୁ କିଛି ଯୋରସୋରରେ ଆରମ୍ଭ ହୋଇଗଲାଣି। କିନ୍ତୁ ଯଦି ଏଥର ଦୀପାବଳୀରେ ମିଠା ସହ କିଛି ନମକିନ୍ ଖାଇବାକୁ ଇଚ୍ଛା କରନ୍ତି ତେବେ ଘରେ ପ୍ରସ୍ତୁତ କରନ୍ତୁ ସ୍ପ୍ରିଙ୍ଗ୍‌ ରୋଲ୍। ପିଲାମାନଙ୍କୁ ଏହା ବହୁତ ପସନ୍ଦ ହୋଇଥାଏ। ବଜାରରୁ ସ୍ପ୍ରିଙ୍ଗ୍‌ ରୋଲ୍‌ ସମେତ ବିଭିନ୍ନ ରୋଲ୍‌ କିଣିକି ଖାଇଥିବେ। କିନ୍ତୁ ଏହାକୁ କେବେ ଘରେ ତିଆରି କରି ଦେଖନ୍ତୁ। ତେବେ ଘରେ କିପରି ଏହି ସ୍ୱାଦିଷ୍ଟ ସ୍ପ୍ରିଙ୍ଗ୍‌ ରୋଲ୍‌ ପ୍ରସ୍ତୁତ କରିବେ ଜାଣନ୍ତୁ।
ଆବଶ୍ୟକ ସାମଗ୍ରୀ:
ଏକକପ୍ ମଇଦା, ଚିମୁଟାଏ ବେକିଂ ସୋଢା, ଅଧ କପରୁ ଟିକେ କମ କ୍ଷୀର, ଗୋଟିଏ କପ୍ ଛୋଟ କଟା କୋବି, ଛୋଟ କଟା ପିଆଜ, ଗୋଟିଏ କପ୍ ଛୋଟ କଟା ଗାଜର, ଚାରି କୋଲା ରସୁଣ କଟା, ଗୋଟିଏ ଚାମଚ ସୋୟା ସସ୍, ପାଣିରେ ଗୋଳା ଗୋଟିଏ ଚାମଚ ଅଟା, ଗୋଲ ମରିଚ ଏବଂ ଫ୍ରାଏ ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ରୋଲ୍‌ର ସିଟ୍‌ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ ନେଇ ଏହାକୁ ଭଲ କରି ଗୋଳାଇ ଦିଅନ୍ତୁ। ତା ପରେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ଅଟା ଚକଟିଲା ପରି ଚକଟି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ଦେଇ ପୁଣି ଚକଟି ଦିଅନ୍ତୁ। ଏବେ ସେହି ଚକଟାକୁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ। କିଛି ସମୟ ପରେ ରୁଟି କଲା ପରି ଛୋଟ ଛୋଟ ଗୁଳା କରି ବେଲି ଦିଅନ୍ତୁ। ଏମିତି ଅନ୍ୟ ସବୁକୁ ମଧ୍ୟ ଛୋଟ ଛୋଟ ପତଳା କରି ବେଲି ଦିଅନ୍ତୁ। ତା ପରେ ଆପଣ ବେଲି ଥିବା ରୋଲ୍‌ ସିଟ୍‌କୁ ଗୋଟେ ଉପରେ ଗୋଟେ ରଖି ତିନୋଟି କିମ୍ବା ଚାରୋଟି ପରସ୍ତ ପାରନ୍ତୁ। ଏହାକୁ ରଖିଲା ବେଳେ ସିଟ୍‌ ଭିତରେ ଅଳ୍ପ ଅଳ୍ପ ମଇଦା ଦେଇଥିବେ। ଏହା ପରେ ସିଟ୍‌ଗୁଡ଼ିକୁ ଏକା ସାଙ୍ଗରେ ମିଶାଇ ଆଉ ଥରେ ବେଲନ୍ତୁ। ଏହାକୁ ବେଲି ଏକ ବଡ଼ ରୁଟିର ଆକାର ଦିଅନ୍ତୁ। ଏହା ପରେ ରୋଲ୍‌ ସିଟ୍‌କୁ ତାୱାରେ ସେକନ୍ତୁ। ତାୱାକୁ ଅଧିକା ଗରମ କରନ୍ତୁ ନାହିଁ। ରୋଲ୍‌ ସିଟ୍‌କୁ ମଧ୍ୟ ଆପଣ ଅଧିକା ସେକିବେ ନାହିଁ। ବିନା ତେଲରେ ଏହାକୁ ସେକି ସାରିଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ରୋଲ୍ ସିଟ୍‌ ଥଣ୍ଡା ହେଲା ପରେ ଚାରି ପାଖକୁ ସାଇଜ୍‌ କରି କାଟି ଦିଅନ୍ତୁ।
ଏହା ପରେ ଆମେ ଉପରେ ପରସ୍ତ ଦେଇ ସେକିଥିବା ସିଟ୍‌କୁ ଏବେ ଧିରେ ଧିରେ ଛଡ଼ାନ୍ତୁ। ଏହିପରି ଭାବେ ଅନ୍ୟ ସବୁକୁ ମଧ୍ୟ ବାହାର କରି ଏକ ପାତ୍ରରେ ରଖନ୍ତୁ। ଏବେ ଆପଣଙ୍କରେ ପ୍ରସ୍ତୁତ ହୋଇଯିବ ସ୍ପ୍ରିଙ୍ଗ୍‌ ରୋଲ୍‌ ତିଆରି କରିବା ପାଇଁ ରୋଲ୍‌ ସିଟ୍‌। ଏହାପରେ ପ୍ରସ୍ତୁତ ଷ୍ଟଫିନ ଦେଇ ଗୁଡେ଼ଇ ତେଲରେ ଛାଣି ଦିଅନ୍ତୁ। ଭଲଭାବେ ଫ୍ରାଏ ହେବା ପରେ ତାକୁ ପ୍ଲେଟରେ ବାହାର କରି ଚଟଣୀ ସହିତ ଖାଆନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: