ଚୁଟକିରେ ତିଆରି କରନ୍ତୁ ଗରମା ଗରମ ଆଳୁ ଟିକ୍କି

ଚୁଟକିରେ ତିଆରି କରନ୍ତୁ ଗରମା ଗରମ ଆଳୁ ଟିକ୍କି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଯଦି ସ୍ନାକ୍ସରେ ଗରମ ଆଳୁ ଟିକ୍କି ଖାଇବାକୁ ମିଳିଯାଏ, ତେବେ ତାର ମଜା ଅଲଗା ପ୍ରକାର ହୋଇଥାଏ। ସବୁଠାରୁ ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ ହେଉଛି ଆଲୋ ଟିକ୍କି। ଆଳୁ ଟିକ୍କି ଖାଇବା ଯେତିକି ସ୍ଵାଦିଷ୍ଟ ତିଆରି କରିବା ମଧ୍ୟ ସେତିକି ସହଜ। ଆପଣ ଏହାକୁ ଆଳୁ କଟଲେଟ୍ ମଧ୍ୟ କହିପାରିବେ।ଆସନ୍ତୁ ଜାଣିବା ଆଳୁ ଟିକ୍କି ତିଆରି କିପରି କରିବେ….

ଆଳୁ ଟିକ୍କି ତିଆରି ପାଇଁ ଆବଶ୍ୟକ ସାମଗ୍ରୀ:-

-୪ ଟି ସିଝା ଆଳୁ

-୧ କପ୍ ଗ୍ରୀନ ମଟର ସିଝା

  -୧ ଚାମଚ ଚାଟ୍ ମସାଲା

– ଅଧଚାମଚ ଲେମ୍ବୁ ରସ

 – ଅଳ୍ପ କଟା ଧନିଆ ପତ୍ର

– ଅଧ ଚାମଚ ଲଙ୍କା ଗୁଣ୍ଡ

–  ସ୍ୱାଦ ଅନୁଯାୟୀ ଲୁଣ ଏବଂ ଭାଜିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:- ସର୍ବପ୍ରଥମେ ଆଳୁ ଚୋପା ଛଡେଇ ଭଲଭାବେ ଚକଟି ଦିଅନ୍ତୁ। ଏବେ ସେଥିରେ ଅନ୍ୟ ସମସ୍ତ ଉପାଦାନକୁ ପକାଇ ଭଲ ଭାବରେ ମିଶାନ୍ତୁ। ବର୍ତ୍ତମାନ ଏହି ଆଳୁ ମସଲାକୁ ଭାଗ ଭାଗ କରି ଗୋଲାକାର କରନ୍ତୁ। ଏହାକୁ ନିଜ ହାତରେ ଦବାଇ ଟିକ୍କି ପରି ଆକୃତି ଦିଅନ୍ତୁ। ଏବେ ତାୱା ଗରମ କରନ୍ତୁ, ସେଥିରେ ତେଲ ଦେଇ ଟିକ୍କିଗୁଡ଼ିକୁ ମଧ୍ୟମ ଆଞ୍ଚରେ ଭାଜନ୍ତୁ, ଉଭୟ ପାର୍ଶ୍ୱରୁ ଗୋଲ୍ଡେନ ବାଦାମୀ ରଙ୍ଗରେ ପରିଣତ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଟିକ୍କିକୁ ବାହାର କରି ଗ୍ରୀନ ଚଟନି କିମ୍ବା ସସ୍ ସହିତ ଖାଆନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: