କଂଗ୍ରେସ ଛା଼ଡିବା ସହଜ ନଥିଲା

କଂଗ୍ରେସ ଛା଼ଡିବା ସହଜ ନଥିଲା

ପ୍ରିଜମ ନ୍ୟୁଜ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ସିବଲ। ବୁଧବାର ସେ କହିଛନ୍ତି, ୨୦୨୪ରେ ଆମେ ଏକାଠି ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ସମସ୍ତ ପ୍ରୟାସ କରାଯିବ। ଗତ ମେ ୧୬ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ସେ କହିଛନ୍ତି।

କଂଗ୍ରେସ ଛାଡିବା ପୂର୍ବରୁ ମୁଁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ମୋ ପ୍ରତି ତାଙ୍କର ଆଚରଣ ଭଲ ଥିଲା। କଂଗ୍ରେସରୁ ଇସ୍ତଫା ଦେବା ଏତେ ସହଜ ନ ଥିଲା ଏବଂ ମୁଁ ସ୍ବାଧୀନ ସ୍ବର ଭାବରେ ମୋର ପରିଚୟ ବଜାୟ ରଖିଛି। ପ୍ରାଥମିକତା କୌଣସି ଦଳରେ ଯୋଗଦେବା ନୁହେଁ, ଲୋକଙ୍କ ପାଇଁ କାର୍ଯ୍ୟ କରିବା ସବୁଠୁ ବଡ଼ କଥା ବୋଲି ସିବଲ କହିଛନ୍ତି। ଏହାସହ ରାଜ୍ୟ ସଭା ପାଇଁ ସମର୍ଥନ ଦେଇଥିବାରୁ ସିବଲ ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: