ବିଜେପି ନେତାଙ୍କ ହତ୍ଯା

ବିଜେପି ନେତାଙ୍କ ହତ୍ଯା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚେନ୍ନାଇର ଭାଜପା ନେତା ବାଲଚନ୍ଦ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ସେ ଚେନ୍ନାଇ ଭାଜପା ସେଣ୍ଟ୍ରାଲ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଧ୍ୟକ୍ଷ ଥିଲେ। ଚିନ୍ତାଦ୍ରିପେଟ୍‌ଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମୟରେ ଭାଜପା ନେତାଙ୍କ ସୁରକ୍ଷାକର୍ମୀ ଚା’ ପିଇବାକୁ ଯାଇଥିଲେ।

ତେବେ ବାଲଚନ୍ଦ୍ରଙ୍କ ହତ୍ୟା ପରେ ବିରୋଧୀ ଭାଜପା ଏଥିପାଇଁ ଶାସକ ଡିଏମ୍‌କେକୁ ଦାୟୀ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ନେଇ ତାମିଲନାଡ଼ୁ ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭାଜପା ତାମିଲନାଡୁ ପୋଲିସକୁ ୪୮ଘଣ୍ଟା ସମୟ ଦେଇଛି। ଯଦି ୪୮ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସଫଳ ହୁଏ ତେବେ ଦଳ ବିରୋଧ ପ୍ରଦର୍ଶନ କରିବ ବୋଲି ଭାଜପା ରାଜ୍ୟ ଉପସଭାପତି କାରୁ ନାଗରାଜନ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଏହା ହତ୍ୟା ମାମଲା ଏବଂ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି ବୋଲି ଚେନ୍ନାଇ ପୋଲିସ କମିଶନର ଶଙ୍କର ଜିଓ୍ବାଲ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଚେନ୍ନାଇ କମିଶନର କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: