ରାଜ୍ୟସଭା ଉପନିର୍ବାଚନ: ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ,୧୩ରେ ନିର୍ବାଚନ

ରାଜ୍ୟସଭା ଉପନିର୍ବାଚନ: ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ,୧୩ରେ ନିର୍ବାଚନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁନ ୨ ଶେଷ ତାରିଖ ରହିଛି । ଏହାପରେ ଜୁନ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଜୁନ୍ ୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ଜୁନ୍ ୧୩ ତାରିଖରେ ହେବ ରାଜ୍ୟ ସଭା ଉପନିର୍ବାଚନ । ସୂଚନାଥାଉକି, ସୁବାସ ସିଂହ ଇସ୍ତଫା ଦେବା ପରେ ଖାଲି ପଡିଛି ଗୋଟିଏ ଆସନ । ତେବେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ସମସ୍ତଙ୍କ ନଜର ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: