ପଡ଼ୋଶୀ ଦେଶକୁ ସାହାଯ୍ୟର ହାତ ବଢାଇଲା ଭାରତ, ରପ୍ତାନୀ କଲା…

ପଡ଼ୋଶୀ ଦେଶକୁ ସାହାଯ୍ୟର ହାତ ବଢାଇଲା ଭାରତ, ରପ୍ତାନୀ କଲା…

ପ୍ରିଜମ ନ୍ୟୁଜ ବ୍ୟୁରୋ:ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କଲମ୍ବୋକୁ ସହାୟତାର ହାତ ବଢ଼ାଇଛି ନୂଆଦିଲ୍ଲୀ। ଯଦ୍ଦ୍ବାରା ଶ୍ରୀଲଙ୍କା ତା’ର ଜରୁରୀ ସାମଗ୍ରୀ ଆମଦାନୀ କରିପାରିବ ଏବଂ ଘରୋଇ ଅର୍ଥନୈତିକ ସ୍ଥିତି ସୁଧାର ଆଣିପାରିବ। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ଉପରେ ୭୬ ହଜାର ଟନ ତେଲ ଶ୍ରୀଲଙ୍କା ପଠାଯାଇଛି। ଏଥିରେ ୩୬ ହଜାର ଟନ ପେଟ୍ରୋଲ ଏବଂ ୪୦ ହଜାର ଟନ୍‌ ଡିଜେଲ ରହିଛି।ଭାରତ ସହାୟତାରେ ଶ୍ରୀଲଙ୍କାକୁ ମିଳିଥିବା ବିଭିନ୍ନ ପ୍ରକାର ତେଲର ପରିମାଣ ୨.୭ ଲକ୍ଷ ହଜାର ଟନରେ ପହଞ୍ଚିଛି ବୋଲି କଲମ୍ବୋସ୍ଥିତ ଭାରତୀୟ ହାଇ କମିଶନ କହିଛନ୍ତି। ଏହି ଦ୍ୱୀପ ଦେଶ ବର୍ତ୍ତମାନ ଡିଜେଲ ଅଭାବରୁ ଖାଦ୍ୟ, ଔଷଦ ଭଳି ଜରୁରୀ ସାମଗ୍ରୀ ମଧ୍ୟ ଆମଦାନୀ କରି ପାରୁ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: