ଓଡ଼ିଶାର ଏହି ସଙ୍ଗୀତ ବିଶେଷଜ୍ଞ ଯିଏ ଜାତୀୟ ସ୍ତରରେ…

ଓଡ଼ିଶାର ଏହି ସଙ୍ଗୀତ ବିଶେଷଜ୍ଞ ଯିଏ ଜାତୀୟ ସ୍ତରରେ…

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦୁନିଆର ଭିଡ଼ ଭିତରୁ ନିଜକୁ ପୃଥକ ଭାବେ ଗଢ଼ି ଏକ ସ୍ବତନ୍ତ୍ର ପରିଚୟର ଅଧିକାର ହାସଲ କରିଛନ୍ତି ସଙ୍ଗୀତ ବିଶେଷଜ୍ଞ ତଥା ସାମ୍ବାଦିକ ସୌଗତ ରୟ ଚୌଧୁରୀ। ଓଡ଼ିଶାର ପ୍ରଥମ ସଙ୍ଗୀତ ବିଶେଷଜ୍ଞ ଭାବେ ୮ବର୍ଷ ଧରି ସେ ଏହି ପଥରେ ଆଗେଇ ଚାଲିଛନ୍ତି। ତେବେ ସୌଗତ ପ୍ରଯୋଜକ ଥିବା ନିଜର ଏକ ଶୋ’ରେ ଆରଜେ ଥିଲେ। ୧୦୦ରୁ ଅଧିକ ଶୋ’କୁ ସେ ହୋଷ୍ଟ କରିଛନ୍ତି। ରେଡିଓ ସହ ଦେଶର ବହୁ ପ୍ରତିଷ୍ଠିତ ଟି ସିରିଜ, ସାରେଗାମା, ଆଦିରେ କାମ କରିଛନ୍ତି। ଏଫଟିଆଇଆଇ, ପୁନେରୁ ସଙ୍ଗୀତ ସମାଲୋଚ଼କ ଓ ଭାରତୀୟ ସଙ୍ଗୀତର ବହୁ ସାକ୍ଷାତକାର ନେଇଛନ୍ତି। ଜାତୀୟ ସ୍ତରରେ ନିଜର ଚମକ ଦେଖାଇବା ସହ ଆଞ୍ଚଳିକ ସ୍ତରରେ ବେଶ୍ ଦାୟିତ୍ୱ ପ୍ରତିପାଦନ କରିଛନ୍ତି। ସେ ଏଆଣ୍ଡଆର ପରିଚାଳନା କରି ଅନେକ ଯୁବପିଢ଼ିଙ୍କୁ ସୁଯୋଗ ଦେଉଛନ୍ତି । ସୁନିଧି ଚୌହାନ, ଆଶା ଭୋଁସଲେ, ଶଙ୍କର ମହାଦେବାନ, ମୌହିତ ଚୌହାନଙ୍କ ଭଳି ପ୍ରମୁଖ କଳାକାରଙ୍କ ସହ କାମ କରିଛନ୍ତି। ସେ ଟେକ୍ନିକାଲ ଓ ଇଭେଣ୍ଟସକୁ ସମସ୍ତ ଶ୍ରେୟ ଦିଅନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: