‘ଭାରତରେ ନାହିଁ XE ଭାରିଆଣ୍ଟ ନାହିଁ’

‘ଭାରତରେ ନାହିଁ XE ଭାରିଆଣ୍ଟ ନାହିଁ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁମ୍ବାଇରେ ଯେଉଁ XE ଭାରିଆଣ୍ଟ ନେଇ ଚର୍ଚ୍ଚା ହେଉଥିଲା, ସେଥିରେ ଗାର ଟାଣିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଭାରତରେ XE ଭାରିଆଣ୍ଟ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜାରି ହୋଇଥିବା ରିପୋର୍ଟ ଅନୁସାରେ କୋଭିଡର ଅନ୍ୟ ସମସ୍ତ ଭାରିଆଣ୍ଟ ଠାରୁ ଏହା ଅଧିକ ସଂକ୍ରାମକ । ବିଶ୍ୱର ପ୍ରଥମ XE ଭାରିଆଣ୍ଟ ଜାନୁଆରୀ ୧୯ ତାରିଖରେ ପ୍ରଥମେ ଲଣ୍ଡନରେ ଚିହ୍ନଟ ହୋଇଥିଲା।କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଭାବେ ପରିଚିତ XE ଭାରିଆଣ୍ଟ । ନୂଆ ମ୍ୟୁଟେଣ୍ଟ ଏକ୍ସ ଇ ଓମିକ୍ରନର ସବୁ ଭାରିଆଣ୍ଟ BA.2ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ଥିବା ଜଣାପଡ଼ିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ପକ୍ଷରୁ ସତର୍କ କରାଯାଇଛିା

0 Comments

Leave Your Comment

Your email address will not be published. Required fields are marked *

%d bloggers like this: