ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର: ମାଛ ଆମ୍ୱିଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ମାଛ ଖାଇବାକୁ ପସନ୍ଦ କରନ୍ତି କି ? ଆଜି ଆପଣଙ୍କୁ ‘ଫୁଡିଜ୍ ଭିଲ୍ଲା’ ମାଛର ଏକ ନୂଆ ଡିସ୍ ବିଷୟରେ ଟିପ୍ସ ଦେବ। ଆଉ ସେଇଟା ହେଉଛି, ‘ମାଛ ଆମ୍ୱିଳ’। ଆମ୍ୱିଳ ତ ଆପଣମାନେ ଖାଇଥିବେ, ଖାସ୍ କରି ପଶ୍ଚିମ ଓଡ଼ିଶାର ଲୋକମାନେ ଆମ୍ୱିଳ ସହ ବେଶୀ ପରିଚିତ। ବିଭିନ୍ନ ପର୍ବପର୍ବାଣୀରେ ସେମାନେ ଆମ୍ୱିଳ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ‘ମାଛ ଆମ୍ୱିଳ’ କରିବା ପୂର୍ବରୁ ପ୍ରଥମ ଏହାର ପ୍ରସ୍ତୁତି ବିଷୟରେ ଜାଣନ୍ତୁ…

ସାମଗ୍ରୀ: ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼

ପ୍ରଣାଳୀ: ପ୍ରଥମେ ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀଗୁଣ୍ଡ ଗୋଳାଇବେ। ଏହା ପରେ କଡ଼େଇରେ ତେଲ ଗରମ କରି ମାଛ ଗୁଡ଼ିକୁ ଭଲ ଭାବେ ଛାଣିବେ। କଡ଼େଇରେ ତେଲ ଗରମ କରି ସେଥିରେ ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା ଓ ତେନ୍ତୁଳି ରସ ପକାଇ ଭଲ ଭାବେ ଫୁଟାଇବେ। ଏହା ଫୁଟିବା ପରେ ଏଥିରେ ହଳଦୀଗୁଣ୍ଡ, ନଡ଼ିଆ କୋରା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖିବେ। ପାଞ୍ଚ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଲଙ୍କାଗୁଣ୍ଡ ଓ ଗୁଡ଼ ପକାଇ ଅଳ୍ପ ସମୟ ପର୍ଯ୍ୟନ୍ତ ଫୁଟାଇବେ। ଏହାପରେ ସେଥିରେ ଛଣାଯାଇଥିବା ମାଛକୁ ପକାଇ ଭଲ ଭାବେ ଗୋଳାଇବେ। ବାସ୍, ପ୍ରସ୍ତୁତ ହୋଇଯିବ ଆପଣଙ୍କ ‘ମାଛ ଆମ୍ୱିଳ’

%d bloggers like this: