ଓଡ଼ିଶା ରାସ୍ତାରେ ୟୁପି, ଜାଣନ୍ତୁ କାହିଁକି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶା ରାସ୍ତାରେ ଉତ୍ତର ପ୍ରଦେଶ। ରାଜ୍ୟ ସରକାରଙ୍କ ଭଳି ଯୋଗୀ ସରକାର ମଧ୍ୟ ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି। ବଳ ପୂର୍ବକ ବିବାହ କରି ଧର୍ମ ପରିବର୍ତ୍ତନ କରିବା ଏବଂ ବିବାହ କରି ଠକେଇ କରିବା ଓଡ଼ିଶାରେ ଅପରାଧ। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ, ଉତ୍ତର ପ୍ରଦେଶରେ ଲଭ୍ ଜିହାଦ୍ ମାମଲା ବୃଦ୍ଧି ପାଉଥିବାରୁ ଯୋଗୀ ସରକାର ଓଡ଼ିଶା ଭଳି ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି। ୟୁପିର ଆଇନ ବିଭାଗ ଏହା ଉପରେ ତର୍ଜମା କରୁଛି। ଭାରତର ୮ଟି ରାଜ୍ୟରେ ଏହି ଆଇନ ରହିଛି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରେ ଏହି ଆଇନ ରହିଛି।

%d bloggers like this: