ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ହରସିମରତ, ଜାଣନ୍ତୁ କାହିଁକି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶିରୋମଣି ଅକାଳୀ ଦଳ ନେତ୍ରୀ ତଥା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଥିବା ହରସିମରତ୍ କୌର୍ ବାଦଲ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାର କୃଷକଙ୍କୁ ନେଇ ଆଣୁଥିବା ନୂଆ ବିଲକୁ ବିରୋଧ କରି ଏମିତି ପଦକ୍ଷେପ ନେଇଛନ୍ତି ହରସିମରୋତ୍ କୌର୍। ସଂସଦରେ ଅକାଳି ଦଳ ନେତା ତଥା ହରସିମରୋତଙ୍କ ସ୍ୱାମୀ ସୁଖବୀର ସିଂ ବାଦଲ ଇସ୍ତଫା ବାବଦରେ ଗୃହକୁ ଅବଗତ କରାଇଥିଲେ। ଯଦିଓ ଅକାଳି ଦଳ ଓ ଏହାର ନେତାମାନେ ଏନଡିଏ ସରକାର ଓ ବିଜେପି ପ୍ରତି ନିଜର ସମର୍ଥନ ଜାରି ରଖିବେ, କିନ୍ତୁ କୃଷି ବିଲକୁ ନେଇ ଅକାଳି ଦଳ ସରକାରଙ୍କୁ ସମର୍ଥନ କରିବ ନାହିଁ ବୋଲି ସଷ୍ଟ କରିଛି। ପଞ୍ଜାବ ଓ ହରିୟାଣାର କୃଷକମାନେ ନୂଆ କୃଷି ବିଲ୍ ଓ ଯୋଜନାକୁ ନେଇ ଲଗାତାର ପ୍ରଦେଶରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏଣୁ କୃଷକଙ୍କ ଅସନ୍ତୋଷକୁ ନଜରରେ ରଖି, ଅକାଳି ଦଳ ତରଫରୁ ଏହାକୁ ସ୍ଥଗିତ ରଖିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସରକାର ଏହାକୁ ଏକ ବୈପ୍ଳବିକ ବିଲର ଆଖ୍ୟା ଦେଇ ଏହାକୁ ପାସ୍ କରାଇବାକୁ ଲାଗିଛନ୍ତି। ଏଣୁ ଗୃହରେ ଏହି ବିଲ୍ ଉପସ୍ଥାପନ ପୂର୍ବରୁ ହରସିମରୋତ୍ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଓ ବିଲ୍ ବିରୋଧରେ ଅକାଳି ଦଳ ଭୋଟ୍ କରିଛି।

%d bloggers like this: