ସମସ୍ତ ଡାଟାକୁ ସର୍ଭେ କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ; DMET

ସମସ୍ତ ଡାଟାକୁ ସର୍ଭେ କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ; DMET

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶର ଅନ୍ୟ ପ୍ରଦେଶ ତୁଳନାରେ ଆମ ରାଜ୍ୟ ଓଡ଼ିଶାରେ ନିୟନ୍ତ୍ରଣାଧିନ ମହାମାରୀ କରୋନା ସଂକ୍ରମଣ । ଅବଶ୍ୟ ଦୈନିକ ମୃତ୍ୟୁ ହାର ଚିନ୍ତା ବଢ଼ାଇଛି କିନ୍ତୁ ସାମଗ୍ରୀକ ଭାବେ ଦେଖିବାକୁ ଗଲେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ସେହିଭଳି ରାଜ୍ୟର ମଧ୍ୟ ପଜେଟିଭ୍ ରେଟ୍ କମୁଛି । ଦେଶ ଓ ରାଜ୍ୟର ମଧ୍ୟ ମୃତ୍ୟୁ ହାର କମୁଛି ,ଲକଡାଉନ୍ ନେଇ ରାଜ୍ୟ ସରକାର ଆଜି ସନ୍ଧ୍ୟା ରେ ଜଣାଇବେ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ।

https://twitter.com/PrismNewsOdisha/status/1405052150472876034

ସେହିଭିଳି DMET ଡାକ୍ତର ସିବିକେ ମହାନ୍ତି ଆଜି ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମସ୍ତ ଡାଟାକୁ ସର୍ଭେ କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ । ସେ ଆହୁରି କହିଛନ୍ତି ଯେ, ଏବେ ଧିରେ ଧିରେ କୋରୋନା ସଂକ୍ରମଣ କମୁଛି । ଆଶା କରିବା ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କମିଯିବ । ଲୋକେ ସଚେତନ ହେଲେ କୋରୋନା ନିୟନ୍ତ୍ରଣ ହେବ ।ଅନଲକ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡାକଡି ପାଳନ କରିବା କୁ ହେବ । ଏବେ କମ୍ ରୋଗୀ ଆଇସିୟୁ ରେ ରହିଛନ୍ତି ।  

 ସେପଟେ ରାଜ୍ୟରେ ଦିନକରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ସେହିପରି ଗୋଟିଏ ଦିନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି।

ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ୱରରୁ ୨୯୬, ଅନୁଗୁଳରୁ ୨୦୭, ପୁରୀରୁ ୧୮୭,ଭଦ୍ରକରୁ ୧୮୪, ମୟୂରଭଂଜରୁ ୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି  । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୧୧ହଜାର ୭୮୦ଜଣ  । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪୭ ହଜାର ୭୯୬ଜଣ । ୫୮ ହଜାର ୬୯୫ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ୬ ଦଶମିକ ୦୨ ପ୍ରତିଶତ ରହିଛି  । ୨୧ ଜିଲ୍ଲାରେ ୨ ଅଙ୍କ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା  ।

ଏପ୍ରିଲ ମାସରେ ରାଜ୍ୟରେ ୧ ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ  ।  ମେ’ ମାସରେ ୩ ଲକ୍ଷ ୨୦ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି  । ସେହିପରି ଜୁନ ମାସରେ ପ୍ରଥମ ୧୬ ଦିନରେ ୯୮ ହଜାର ୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭୮ ମୁଣ୍ଡ ନେଲାଣି ମହାମାରୀ  ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: