ପ୍ରଦୂଷଣ ବଢ଼ାଇବ କୋଭିଡ ମାମଲା: ରିପୋର୍ଟ

 ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୈନିକ କରୋନା ସଂକ୍ରମଣ ଏବଂ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି। କେବେ କେବେ ଏହି ସଂକ୍ୟା ହ୍ରାସ ପାଉଥିଲେ ମଧ୍ୟ ପ୍ରାୟତଃ ସମୟରେ କରୋନା ଗ୍ରାଫ ଉପରମୁହାଁ ହୋଇ ରହୁଛି । ଆଉ ଏଭଳି ସମୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି ।  

 ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ପୃଥିବୀରୁ କରୋନା ସଂକ୍ରମଣ ଶେଷ ହେବାର କୌଣସି ସମ୍ଭାବନା ନାହିଁ ।

ରିପୋର୍ଟ ଅନୁସାରେ, ବିଶେଷଜ୍ଞ ଟିମ୍ ଜାଣିବାକୁ ପାଇଛନ୍ତି ଯେ, ସହରୀ ପ୍ରଦୂଷଣ ଯୋଗୁଁ ଆଗକୁ ସଂକ୍ରମଣ ହାର ବୃଦ୍ଧି ପାଇବ । ଏହା ଏତେ ଭୟାନକ ହେବ ଯେ, ବର୍ତ୍ତମାନର ହାରଠାରୁ ଏହା ଅନେକ ଗୁଣରେ କ୍ଷତିକାରକ ସାବ୍ୟସ୍ତ ହେବ ।

rooftop view over London on a foggy day from St Paul’s cathedral, UK

” ବାୟୁ ପ୍ରଦୂଷଣର ଉଭୟ ଦୀର୍ଘମିଆଦି ଏବଂ ସ୍ୱଳ୍ପ ମିଆଦି ସଂସ୍ପର୍ଶରେ ଆସିବା ଦ୍ୱାରା ଅକ୍ସିଡେଟିଭ୍ ଚାପ, ତୀବ୍ର ପ୍ରଦାହ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ବିପଦ ବୃଦ୍ଧି ଘଟିବ । ଯାହା ମାନବ ଶରୀର ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଣାଳୀ ପ୍ରଭାବ ପଡିଥାଏ ବା ଆଗକୁ ପକାଇବ । ” ଏହା କହିଛନ୍ତି ଇମୋରୀ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଲେଖକ ଡୋଙ୍ଗାଇ ଲିଆଙ୍ଗ କହିଛନ୍ତି ।

ଜାନୁଆରୀରୁ ଜୁଲାଇ ମଧ୍ୟରେ କେତେକ ପ୍ରମୁଖ ସହରର ବାୟୁ ପ୍ରଦୂଷଣର ମାତ୍ରାର ବିଶ୍ଳେଷଣ କରିଥିଲେ ଆଉ ସେମାନେ ଯାହା ପାଇଲେ ତାହା ଚିନ୍ତାର କାରଣ । ବିଶେଷ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ  ସୂକ୍ଷ୍ମ କଣିକା ପଦାର୍ଥ (PM2.5), ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO2), ଏବଂ ଓଜୋନ୍ (O3)ର ସ୍ତର 3 ହଜାର 122 ଯାହା ଚିନ୍ତାର ସବୁଠାରୁ ବଡ଼ କାରଣ ।

%d bloggers like this: