ବାୟୁସେନା ଦିବସରେ ସଚିନଙ୍କ ଶୁଭେଚ୍ଛା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବାୟୁସେନା ଦିବସ ଅବସରରେ ବାୟୁବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ନିସ୍ୱାର୍ଥପର ଭାବେ ଦେଶ ସୁରକ୍ଷା ଓ ସେବାରେ ନିୟୋଜିତ ସମସ୍ତ ବାୟୁବୀର ଓ ସେନାର ବଳିଦାନକୁ ସମ୍ମାନ ଜଣାଇଛନ୍ତି ସଚିନ୍ ।

ଭାରତୀୟ ଆକାଶ କ୍ଷେତ୍ରର ସୁରକ୍ଷା ଓ ସଂଘର୍ଷ ସମୟରେ ଆକାଶ ପଥରେ ଯୁଦ୍ଧ କରିବା ହେଉଛି ଏହାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଏହା ବିଧିବଦ୍ଧ ଭାବରେ ୮ ଅକ୍ଟୋବର ୧୯୩୨ରେ ବ୍ରିଟିଶ ରାଜତ୍ୱ ଅଧିନରେ ସ୍ଥାପିତ ହୋଇଥିଲା। ଏହାକୁ ରାଜକୀୟ ବାୟୁସେନାର ଉପାଧି ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅବଦାନ ପାଇଁ ମିଳିଥିଲା। ୧୯୪୭ରେ ଭାରତ ସ୍ୱାଧୀନ ହେଲାପରେ ଏହି ଉପଢୌକନକୁ ବାହାର କରିଦିଆଯାଇଥିଲା।

%d bloggers like this: