ଏମିତି ଚାଲିଗଲା ବର୍ଷ 2020

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ନୂଆ ବର୍ଷ ପୁରୁଣା ହୋଇଗଲା ।  60 ଦିନ ପରେ ଆଉ ଏକ ନୂଆ ବର୍ଷ ଆସିବ । କିନ୍ତୁ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଆଉ ସେ ଉତ୍ସାହ ରହିବନି । ଏଇ ଯେମିତି ବର୍ଷ 2020କୁ ଲୋକେ ସ୍ୱାଗତ କରିଥିଲେ । କିନ୍ତୁ କଣ ହେଲା? ନୂଆ ବର୍ଷ ଆରମ୍ଭର ଦିନ କେଇଟା ଯାଇନି ମହାମାରୀ ମୃତ୍ୟୁର ଦୂତ ସାଜି ଆସିଲା ସବୁ କିଛି ଶେଷ କରିଦେଲା । ଠିକ୍ ସେମିତି 2021 ମଧ୍ୟ ଆସିବ ଯିବ ଆଉ ସଂକ୍ରମଣ ବଢ଼ାଇବ ।

ଆମେ ଏମିତି କହିବାର କାରଣ ଦେଶରେ ଯେଉଁଭଳି ଭାବେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ି ଚାଲିଛି ତାହା ଚିନ୍ତାଜନକ ।

ଆଜିର ରିପୋର୍ଟରୁ ତାହା ସ୍ପଷ୍ଟ ଅନୁମେୟ, ଗତ ୨୪ ଘଣ୍ଟାରେ ୬୧ ହଜାର ୮୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୦୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୭୪ ଲକ୍ଷ ୯୪ ହଜାର ୫୫୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୪ ହଜାର ୦୩୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୃତ୍ୟୁହାର ୧.୫୨ ପ୍ରତିଶତକୁ କମିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୭୨୬୧୪ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୮୩ ହଜାର ୩୧୧ ରହିଛି | ଆଇସିଏମ୍‌ଆର ଅନୁଯାୟୀ ଶନିବାର ଦିନ କେବଳ ୯ ଲକ୍ଷ ୭୦ ହଜାର ୧୭୩ ନମୁନା ପରୀକ୍ଷା ହୋଇଛି।

କୁହାଯାଉଛି, ଦେଶବ୍ୟାପୀ ଡାକ୍ତରୀ ଭିତ୍ତିଭୂମିର ବିକାଶ, ଚିକିତ୍ସା ସମ୍ପର୍କିତ କେନ୍ଦ୍ରୀୟ ନିୟମାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ଅନୁପାଳନ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶର ସୁସ୍ଥତା ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । ଭାରତରେ ପୃଥିବୀର ସବୁଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଏହାର ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହି ଆଜି ଏହା ୧.୫୨ ପ୍ରତିଶତରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

%d bloggers like this: