ସୋନପୁର ସହରରୁ ବଜ୍ରକାପ୍ତା ଉଦ୍ଧାର, ୨ ମାଫିଆ ଗିରଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୀର୍ଘଦିନର ବ୍ୟବଧାନ ପରେ କ୍ରାଇମବ୍ରାଞ୍ଚ ହାତରେ ପୁଣି ଲାଗିଛନ୍ତି ବଜ୍ରକାପ୍ତା ମାଫିଆ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରରୁ ବଜ୍ରକାପ୍ତା ସହ ୬ କେଜି କାତି ଜବତ କରିଛି ଏସଟିଏଫ। ଏହାସହ ଦୁଇ ଜଣ ମାଫିଆଙ୍କୁ ମଧ୍ୟ ଏସଟିଏଫ ଗିରଫ କରିଛି। ଗିରଫ ଦୁଇଜଣ ହେଲେ କପାସିରାର ସୋମନାଥ ବାଗ ଏବଂ ଗିନ୍ଧିଲାମାଲର ମାର୍ଶାଲନ ଭେଙ୍ଗରା।
ସୋନପୁର ରାଜାକୋଠି ନିକଟ ମହାନଦୀ ବ୍ରିଜ୍‌ ନିକଟରୁ ଏସଟିଏଫ ଉଦ୍ଧାର କରିଛି। ଉଦ୍ଧାର ପରେ ବଜ୍ରକାପ୍ତାକୁ ସୋନପୁର ବନବିଭାଗକୁ କ୍ରାଇମବ୍ରାଞ୍ଚ ହସ୍ତାନ୍ତର କରିଛି।

%d bloggers like this: