ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ଆଉ ଏକ ବିପତ୍ତି !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଏବଂ ୫.୮ କିମି ଉଚ୍ଚରେ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ସେହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ପରବର୍ତୀ ୨୪ଘଣ୍ଟାରେ ତାହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି |

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମାତ୍ର ୩ ଦିନ ତଳେ ଅବପାତ ଜନିତ ଲଗାଣ ବର୍ଷା ଫଳରେ ବେହାଲ ହୋଇପଡିଥିଲା ଗଂଜାମ ଓ ଗଜପତି ଜିଲ୍ଲା । କେଉଁଠି ରାସ୍ତା ଧୋଇଯାଇଥିଲା, ତ ଆଉ କେଉଁଠି ବିଦ୍ୟୁତ ଖୁଂଟ ଉପୁଡି ପଡିଥିଲା । ଏପରିକି ପାହାଡିଆ ଅଂଚଳରେ ଲଗାଣ ବର୍ଷାରେ ମାଟି ଧସିଯାଇଥିଲା । ଏହି ସମସ୍ୟାରୁ ମୁକୁଳିବା ପୂର୍ବରୁ ପୁଣି ଏକ ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହ ଆସନ୍ତାକାଲିଠୁ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷାର ଆଶଙ୍କା ରହିଛି ।

 ପାଣିପାଗ ବିଭାଗ ଆକଳନ ଅନୁସାରେ 19ରୁ 22 ପର୍ଯ୍ୟନ୍ତ ବର୍ଷା ହେବ । ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

 ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ରିଜର୍ଭୟରରେ ଜଳ 80 ଶତକଡରୁ କମ କରାଯାଇ 65ରୁ 70  ଶତକଡା ରଖାଯାଇଛି । 8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ଯଥା ବାଳିବସ୍ଥା ଓ ବାଉଁଶ ରଖାଯାଇଛି ।

ଜଳସମ୍ପଦ ବିଭାଗ ସଜାଗ ରହିଛି । ଭୟଭୀତ ହେବାର କାରଣ ନାହିଁ ।

%d bloggers like this: