କୋରୋନା ସଂକ୍ରମଣରେ କୁକୁରର ମୃତ୍ୟୁ: ମଣିଷଙ୍କ ପରେ ଆମେରିକାରେ ୨୪ ପଶୁ ସଂକ୍ରମିତ, ସ୍ଥିତି ଗମ୍ଭୀର…

କୋରୋନା ସଂକ୍ରମଣରେ କୁକୁରର ମୃତ୍ୟୁ: ମଣିଷଙ୍କ ପରେ ଆମେରିକାରେ ୨୪ ପଶୁ ସଂକ୍ରମିତ, ସ୍ଥିତି ଗମ୍ଭୀର…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରଥମ ଥର କୋରୋନା ଭାଇରସରେ ଏକ ପଶୁର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ କୋଭିଡ -୧୯ରେ ସଂକ୍ରମିତ ହୋଇ ‘ଜର୍ମାନ ସେଫର୍ଡ’ କୁକୁର ପ୍ରାଣ ହରାଇଛି। କୋରୋନା ଭାଇରସରେ ସଂକ୍ରମିତ ହୋଇ କୁକୁରଟି ପ୍ରାଣ ହରାଇବାରେ ପ୍ରଥମ । ଷ୍ଟାଟେନ୍ ଦ୍ୱୀପର ରୋବର୍ଟ ଏବଂ ଆଲିସନ୍ ମହୋନି ‘ନ୍ୟାସନାଲ୍ ଜିଓଗ୍ରାଫିକ୍’କୁ କହିଛନ୍ତି ଯେ, ସେମାନଙ୍କ ୭ ବର୍ଷର କୁକୁର ‘ବଡି’ ଏପ୍ରିଲ୍ ମାସରେ ଅସୁସ୍ଥ ହୋଇପଡିଥିଲା । ନିଶ୍ୱାସ ନେବାରେ ତାକୁ ଅସୁବିଧା ହେଉଥିଲା । ମେ’ ମାସରେ ଜଣେ ପଶୁ ଚିକିତ୍ସକ ବଡିଙ୍କୁ ଯାଞ୍ଚ କରି କହିଥିଲେ ଯେ, ସେ କୋରୋନା ସଂକ୍ରମିତ ହୋଇଛି ।

ଆମେରିକାର କୃଷି ବିଭାଗ ଜୁନ୍ ମାସରେ ରିପୋର୍ଟ କରିଥିଲା ଯେ, ନ୍ୟୁୟର୍କରେ ‘ଜର୍ମାନ ସେଫର୍ଡ’ ହେଉଛି ପ୍ରଥମ କୁକୁର, ଯିଏ କୋରୋନା ସଂକ୍ରମିତ ହୋଇଛି। ଗତ ୧୧ ଜୁଲାଇରେ ତାର ଅବସ୍ଥା ଖରାପ ହେତୁରୁ ତାଙ୍କୁ ଯନ୍ତ୍ରଣାଦାୟକ ମୃତ୍ୟୁ ଦିଆଯାଇଥିଲା। ସେପଟେ ନ୍ୟୁୟର୍କ ନଗର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି, ସେମାନେ କୁକୁରର ମୃତଦେହକୁ ନେକ୍ରୋପସି କରିବେ। ଏହା ପରେ ସମସ୍ତ ବିବରଣୀ ଡାକ୍ତରଙ୍କୁ ଦିଆଯିବ । ଏହା ପରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

USDA ଅନୁଯାୟୀ, ଆମେରିକାରେ ବର୍ତ୍ତମାନ 12 କୁକୁର, 10 ବିଲେଇ, ବାଘ ଏବଂ ସିଂହ କୋରୋନା ଭାଇରସ ସଂକ୍ରମିତ ଅଛନ୍ତି। ଏପର୍ଯ୍ୟନ୍ତ ଏହି ପଶୁମାନଙ୍କ ଯୋଗୁ କୋରୋନା ଭାଇରସ ସଂକ୍ରମଣ ବ୍ୟାପିଛି କି ନାହିଁ ତାହା ସ୍ଥିର ହୋଇନାହିଁ । କିନ୍ତୁ ଭାଇରସ୍ ଯୋଗୁ ଏହି ପଶୁଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: