ଯୁବକ ବି ପଡ଼ିବେ କୋରୋନା ଜାଲରେ: WHO

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନାକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବର୍ତ୍ତମାନ କୋରୋନା ଭାଇରସ୍ ଟୀକା ଉତ୍ପାଦନ ପାଇଁ ସମୟ ଲାଗିବ। ସେ ପର୍ଯ୍ୟନ୍ତ ଲୋକମାନେ ଏହାସହ ବଞ୍ଚିବା ଶିଖନ୍ତୁ ବୋଲି WHOର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି । ସେହିପରି ଯୁବକମାନେ ମଧ୍ୟ କୋରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଯଦି ଯୁବକମାନେ ଭାବୁଛନ୍ତି ଯେ, ସେମାନଙ୍କୁ ଭାଇରସର ଭୟ ନାହିଁ, ତେବେ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି ଯେ ‘ଆମ ସମସ୍ତଙ୍କୁ ଏହି ଭାଇରସ ସହ ବଞ୍ଚିବାକୁ ଶିଖିବାକୁ ପଡ଼ିବ ଏବଂ ନିଜ ତଥା ଅନ୍ୟମାନଙ୍କ ଜୀବନ ରକ୍ଷା କରୁଥିବାବେଳେ ଜୀବନ ବଞ୍ଚିବା ପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ’। ଅନେକ ଦେଶରେ ପୁଣି ଜାରି କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଟେଡ୍ରୋସ୍ ସାଉଦି ଆରବ ଦ୍ବାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ସୂଚାଇ ସାଉଦି ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାସହ ଯୁବକମାନେ ମଧ୍ୟ ବିପଦରେ ଅଛନ୍ତି ଏବଂ ଅନେକ ଦେଶରେ ଯୁବକମାନେ ଏହାକୁ ଏକ ସାଧାରଣ ସଂକ୍ରମଣ ବୋଲି ବିଚାର କରୁଛନ୍ତି ବୋଲି ସେ କହିଛନ୍ତି।

ସେହିପରି ପୂର୍ବରୁ ଚେତାବନୀ ଦେଇଥିବା କଥାକୁ ସେ ଦୋହରାଇ କହିଛନ୍ତି ଯେ, ଯୁବକମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି । ସେମାନେ ମଧ୍ୟ ମରିପାରନ୍ତି ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମଣ ମଧ୍ୟ କରିପାରନ୍ତି। ତେଣୁ ନିଜ ସୁରକ୍ଷା ବ୍ୟତୀତ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ପଦକ୍ଷେପ ନେବା ଉଚିତ୍। ଆମେରିକା, ବ୍ରାଜିଲ, ଭାରତ, ଦକ୍ଷିଣ ଆଫ୍ରିକା ଏବଂ କଲୋମ୍ବିଆରେ ଅବସ୍ଥା ଖରାପ ହେବା ନେଇ WHO ଚିନ୍ତା ପ୍ରକଟ କରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଟୀକା କେତେ ପ୍ରଭାବଶାଳୀ ହେବ କି ନାହିଁ ଆମେ ଜାଣିବା । କମ୍ପାନୀର ସିଇଓ ପାସ୍କାଲ ସୋରିଓ କହିଛନ୍ତି ଯେ ‘ଏହି ଭାଇରସର ଆଚରଣ ଅତ୍ୟନ୍ତ ପୂର୍ବାନୁମାନଯୋଗ୍ୟ ନୁହେଁ। ସେହିପରି ଏହି ଟୀକା ଅତି କମରେ ୧୨ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ତଥାପି, ଆମେ ଆଶା କରୁଛୁ ଏହା ଦୁଇ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *