ପାଣିରେ ମରିବ କରୋନା, ଋଷ ବୈଜ୍ଞାନିକଙ୍କ ଦାବି

ପାଣିରେ ମରିବ କରୋନା, ଋଷ ବୈଜ୍ଞାନିକଙ୍କ ଦାବି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚି ଆତଙ୍କ ସୃଷ୍ଟି କରି ଚାଲିଛି ମହମାରୀ କୋରୋନା ଭାଇରସ । ଏଇ ଭାଇରସ୍ ବିଷୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛନ୍ତି ବୈଜ୍ଞାନିକ । କିଛି ଦିନ ତଳେ ଆମେରିକାର କିଛି ବୈଜ୍ଞାନିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଲେଖିଥିଲେ ଯେ, ବାୟୁରେ ବି କୋରୋନା ଭାଇରସ୍ ବ୍ୟାପିଥାଏ । ଆଉ ଏବେ ଋଷ ବୈଜ୍ଞାନିକ ଦାବି କରିଛନ୍ତି, ପାଣିରେ କୋରୋନା ଭାଇରସ୍ ମରି ଯାଏ ।


ଋଷର ନ୍ୟୁଜ୍ ଏଜେନ୍ସି (TASS) ଅନୁଯାୟୀ, ଭେକ୍ଟର ଷ୍ଟେଟ୍ ରିସର୍ଜ ସେଣ୍ଟର ଅଫ୍ ଭିଇରୋଲୋଜି ଏବଂ ବାୟୋଟେକ୍ନୋଲୋଜିର (Vector State Research Center of Virology and Biotechnology) କିଛି ବୈଜ୍ଞାନ ରିସର୍ଚ କରିଛନ୍ତି । ଏହି ଭୂତାଣୁ ପାଣିରେ କେତେ ଦିନ ବଞ୍ଚି ରହିଥାଏ । ଅନୁସନ୍ଧାନ ପରେ ସେମାନେ ଦାବି କରିଛନ୍ତି ଯେ, ପାଣିରେ ପ୍ରାୟ ୭୨ ଘଣ୍ଟା ମଧ୍ୟରେ ଶେଷ ହୋଇଯାଏ କୋରୋନା ଭାଇରସ୍ । ଅନୁସନ୍ଧାନ ପରେ ଋଷ ବୈଜ୍ଞାନିକ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଡିକ୍ଲୋରାଇନେଟେଡ୍ (dechlorinated)ଏବଂ ଲୁଣିଆ ପାଣିରେ ଏହି ଭୂତାଣୁ ବିସ୍ତାର ହୁଅନ୍ତି ନାହିଁ । କୋରୋନା ଭାଇରସକୁ ମାରିବା ଜଳର ତାପମାତ୍ରା ଉପରେ ନିର୍ଭର କରେ । ୯୦ ପ୍ରତିଶତ କୋଭିଡ ଭୂତାଣୁ କୋଠରୀର ତାପମାତ୍ରା ପାଣିରେ ମରିଯାଏ ।

ଯେତେବେଳେ କି ୯୯.୯ % କୋରୋନା ଭାଇରସ୍ ୭୨ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣଭାବେ ଦୂର ହୋଇଯାଏ । ଏହା ବ୍ୟତୀତ ଉଷୁମ ପାଣିରେ ଜୀବାଣୁ ସଂପୂର୍ଣ୍ଣ ନଷ୍ଟ ହୋଇଥିବାର ମଧ୍ୟ କୁହାଯାଇଛି। ଯେତେବେଳେ କି କ୍ଲୋରିନ ଯୁକ୍ତ (Chlorinated) ପାଣିରେ, କୋରୋନା ଭାଇରସ୍ ସମ୍ପୂର୍ଣ୍ଣ ଶକ୍ତି ହରାଇଥାଏ । ଏଯାବତ୍ ଏହି ଭାଇରସରେ ଦୁନିଆରେ ୧ କୋଟି ୭୩ ନିୟୁତରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଲେଣି । ସାଢେ ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ ଭୂତାଣୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: