କଂଗ୍ରେସରୁ ଏହି ସବୁ ନେତା ଦେବେ କି ଇସ୍ତଫା !

କଂଗ୍ରେସରୁ ଏହି ସବୁ ନେତା ଦେବେ କି ଇସ୍ତଫା !

ପ୍ରିଜମ ନ୍ୟୁଜ ବ୍ୟୁରୋ: ଇସ୍ତଫା ଦେବେ କି କଂଗ୍ରେସର ୩ବଡ ନେତା? ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଅବସ୍ଥା ଶୋଚନୀୟ ହୋଇପଡିଛି । ପୂର୍ବରୁ ଅସନ୍ତୁଷ୍ଟ ଥିବା ଜି୨୩ ଗ୍ରୁପ ଏ ନେଇ ପୁନର୍ବାର ମୁହଁ ଖୋଲିଛନ୍ତି । ଏନଡିଟିଭି ସମେତ କେତେଗୁଡିଏ ନ୍ୟୁଜ ସାଇଟ ଅନୁସାରେ ରବିବାର ହେବାକୁ ଥିବା ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେମାନଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ତେବେ ଏ ନେଇ କଂଗ୍ରେସ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଗାନ୍ଧୀ ପରିବାର ସଦସ୍ୟ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରିବା ନେଇ ରାଜି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୪ରେ ପରାଜୟ ପରେ ପଦରୁ ଇସ୍ତଫା ଦେବା ପାଇଁ କହିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନ ଥିଲା । ତେବେ କେଉଁମାନେ ଦାୟିତ୍ୱ ଗ୍ରହଣ କରିବେ ସେ ନେଇ ରିପୋର୍ଟରେ କିଛି ଉଲ୍ଲେଖ ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: