ଏଣିକି ରବିବାର ମଧ୍ଯ କରିହେବ ଜଗା ଦର୍ଶନ

ଏଣିକି ରବିବାର ମଧ୍ଯ କରିହେବ ଜଗା ଦର୍ଶନ

ପ୍ରିଜମ ନ୍ୟୁଜ ବ୍ୟୁରୋ : କୋଭିଡ ପାଇଁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଅନେକ କଟକଣା ଜାରି ହୋଇଥିଲା। ସଂକ୍ରମଣ କମିବା ପରେ କଟକଣା ଧିରେ ଧିରେ ଉଠିଥିଲା। ତେବେ ଆଜି ସାଧାରଣ ଭକ୍ତଙ୍କ ପାଇଁ ଜଗା ଦର୍ଶନ ନେଇ ସବୁ କଟକଣାରେ ପୂର୍ଣ୍ଣଛେଦ ପଡିଛି। ଏଣିକି ରବିବାରଠାରୁ କରି ହେବ ଜଗା ଦର୍ଶନ । ଏଥି ସହ ଶ୍ରୀମନ୍ଦିରରୁ ହଟିଲା ସବୁ କଟକଣା । କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗି ରହିଥିବା କଟକଣାକୁ ହଟାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରୁ ସବୁଦିନ ଭଳି ରବିବାର ମଧ୍ୟ ସାଧାରଣ ଭକ୍ତ ଜଗାକୁ ଦର୍ଶନ କରିପାରିବେ । ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: