ଅଭିନେତାଙ୍କୁ ବାହାହେବା ପାଇଁ ଫ୍ଯାନ୍ସ ଯାଚିଲେ…

ଅଭିନେତାଙ୍କୁ ବାହାହେବା ପାଇଁ ଫ୍ଯାନ୍ସ ଯାଚିଲେ…

ପ୍ରିଜମ ନ୍ୟୁଜ ବ୍ୟୁରୋ : ବଲିଉଡ୍ ସେଲିବ୍ରିଟିଙ୍କ ଫ୍ୟାନ୍ ଫଲୋର୍ସ ବେଶ୍ ଅଧିକ । ଅାଜିକାଲିର ସୋସିଅାଲ ମିଡିଅା ଯୁଗରେ ଫ୍ୟାନ୍ସମାନେ ନିଜ ମନପସନ୍ଦ ତାରକାଙ୍କର ଅଧିକ ନିକଟର୍ତ୍ତୀ ହୋଇପାରିଛନ୍ତି । ତେବେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏଲିଜିବଲ୍ ବ୍ୟାଚ୍ଲର ତଥା କ୍ୟୁଟ ହିରୋ କୁହାଯାଉଥିବା କାର୍ତ୍ତିକ ଆର୍ୟନଙ୍କ ସହ ଘଟିଛି ଏକ ଅଜବ ଘଟଣା। କାର୍ତ୍ତିକଙ୍କ ଜଣେ ପ୍ରଶଂସକ ତାଙ୍କୁ ବାହାହେବା ଲାଗି ଜାଚିଛନ୍ତି ୨୦ କୋଟି ଟଙ୍କା। ନିକଟରେ କାର୍ତ୍ତିକ ତାଙ୍କ ଫିଲ୍ମ ଧମାକାର ଏକ ଡାଏଲଗ୍ କହି ନିଜ ଇନଷ୍ଟାଗ୍ରାମରେ ଗୋଟିଏ ସେଲ୍ଫି ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ତାଙ୍କର ଜଣେ କୁନି ପ୍ରଶଂସକ ମଧ୍ୟ ଥିଲେ। ଭିଡିଓ ଶେୟାର ହେବା ପରେ ବହୁ ସୋସିଅାଲ ମିଡିଅା ୟୁଜର ଓ ତାଙ୍କ ପ୍ରଶଂସକ କମେଣ୍ଟ କରିଥିବାବେଳେ ଜଣେ ଯୁବତୀ କମେଣ୍ଟ ଜରିଅାରେ କାର୍ତ୍ତିକଙ୍କୁ ବିବାହ ନିବେଦନ କରିଥିଲେ। ସେ କହିଥିଲେ ଅାଚ୍ଛା ମୁଝେ ଶାଦି କରଲୋ ମେ ତୁହ୍ମେ ୨୦ କ୍ରୋର୍ ଦୁଙ୍ଗି। ତେବେ ଏହି କମେଣ୍ଟର ଜବାବ୍ କାର୍ତ୍ତିକ ଏକ ମଜାଳିଅା ଅନ୍ଦାଜରେ ଦେଇଥିଲେ ସେ ଏକ ହସିବା ଇମୋଜି ଦେଇ କହିଥିଲେ କବ୍? ଶେଷଥର ପାଇଁ କାର୍ତ୍ତିକ ଅାର୍ୟନ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ଧମାକାରେ ଦେଖାଦେଇଥିଲେ। ଯେଉଁଥିରେ ରାକୁଲପ୍ରିତ ସିଂ ତାଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ଅାଗାମୀ ଫିଲ୍ମ ଶେହେବଜାଦାର ଶୁଟିଂରେ ବ୍ୟସ୍ତ ଏବେ କାର୍ତ୍ତିକ । ସେ ଏ ନେଇ ସୋସିଅାଲ ମିଡିଅାରେ ଫଟୋ ଶେୟାର କରିଥିବାବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ କ୍ରିତି ସାନନ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: