ଶୁଖିଲା ଲଙ୍କାରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଆଚାର

ଶୁଖିଲା ଲଙ୍କାରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଆଚାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆମ ଦେଶରେ ବଡ ବଡ ଭୋଜିରୁ ଆରମ୍ଭ କରି ନୀତି ଦିନିଆ ଖାଦ୍ୟରେ ଆଚାର ସାମିଲ କରାଯାଇଥାଏ। ତାହା ପୁଣି ଭଳିକି ଭଳି। ଯେପରି ଆମ୍ବ, ଲେମ୍ବୁ, କଇଥ, ଅଁଳା, ଲଙ୍କା, ତେନ୍ତୁଳି। ହେଲେ ଆଜି ଆମେ ଆପଣଙ୍କୁ ଶୁଖିଲା ଲଙ୍କା ଓ ତେନ୍ତୁଳି ରେ ତିଆରି ଏକ ସ୍ଵାଦିଷ୍ଟ ଆଚାର ବିଷୟରେ କହିବୁ। ଏହା ଖାଇବାକୁ ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥିବା ବେଳେ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ତେନ୍ତୁଳି ଓ ଲଙ୍କା ଆଚାର….

ଆବଶ୍ୟକ ସାମଗ୍ରୀ:

୩୦୦ ଗ୍ରାମ ଭଲ ଶୁଖିଲା ଲଙ୍କା, ତେନ୍ତୁଳି ୫୦୦ ଗ୍ରାମ, ସୋରିଷ ତେଲ, ହେଙ୍ଗୁ ଅଧ ଚାମଚ,ଗୁଡ ବା ଚିନି, ପାନମଧୁରୀ ୫୦ ଗ୍ରାମ।

ପ୍ରସ୍ତୁତି ପ୍ରଣାଳୀ: ଲଙ୍କା ତେନ୍ତୁଳି ଆଚାର ତିଆରି କରିବା ପାଇଁ ପ୍ରଥମେ ଶୁଖିଲା ଲଙ୍କାକୁ ଧୋଇ ପୋଛି ଦିଅନ୍ତୁ। ଆପଣ ଚାହିଁବେ ତ ଲଙ୍କାକୁ ମଝିରୁ କାଟି ବ୍ୟବହାର କରି ପାରିବେ। ଏହି ଲଙ୍କାକୁ ଧୋଇ ଧିମା ଆଞ୍ଚରେ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କିମ୍ବା ଟାଣ ଖରାରେ ଶୁଖାଇ ଦିଅନ୍ତୁ। ଏହାପରେ ସେଥିରେ ତେନ୍ତୁଳି ଏବଂ ଗୁଡ କିମ୍ବା ଚିନି ପକାଇ କିଛି ସମୟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ବସାନ୍ତୁ। ଏବେ ସମସ୍ତ ସାମଗ୍ରୀର ପେଷ୍ଟ ବନାଇ ଦିଅନ୍ତୁ ଏବଂ ପୁର୍ନବାର ହେଙ୍ଗୁ ପକାଇ ଆଞ୍ଚରେ ବସାନ୍ତୁ। ଏହାପରେ ତେନ୍ତୁଳି ଲଙ୍କାକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ଏବେ ଏହି ଆଚାରକୁ ଗୋଟିଏ କାଚ ଜାର ବା ଡବାକୁ କାଢି ଷ୍ଟୋର କରି ରଖିଦିଅନ୍ତୁ। ଆପଣ ଏହାକୁ ରୁଟି, ପୁରୀ, ଭାତ କିମ୍ବା ସ୍ନାକ୍ସ ସହ ଖଇପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: