ଶ୍ରୀଲଙ୍କାରେ ଇସ୍ତଫା ଦେଲା କ୍ୟାବିନେଟ

ଶ୍ରୀଲଙ୍କାରେ ଇସ୍ତଫା ଦେଲା କ୍ୟାବିନେଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସବୁଠୁ ବଡ ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପୁଅ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ରହିଛି । ଶ୍ରୀଲଙ୍କାରେ ୩୬ ଘଣ୍ଟିଆ କର୍ଫ୍ୟୁକୁ ଉଲ୍ଲଂଘନ କରିଛନ୍ତି ଲୋକେ । ସରକାର ବିରୋଧୀ ରାଲି ଉପରକୁ ଶ୍ରୀଲଙ୍କା ପୋଲିସ ଲୁହବୁହା ଗ୍ୟାସ ଏବଂ ପାଣି ଫିଙ୍ଗିଛି।ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଗତ କିଛି ସପ୍ତାହ ଧରି ଦେଶର ଲୋକମାନେ ଇନ୍ଧନ ଏବଂ ରୋଷେଇ ଗ୍ୟାସ୍ ପାଇଁ ଲମ୍ବା ଧାଡିରେ ଛିଡା ହେବା ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବର ସମ୍ମୁଖୀନ ହୋଇଥିଲେ। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରି ଏପ୍ରିଲ ୧ ତାରିଖରୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ସରକାର ଶନିବାର ରାତି ୬ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି।ସୋଶିଆଲ ମିଡିଆରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଯେମିତି ଅସନ୍ତୋଷ ପ୍ରକାଶ ନପାଇବ ସେ ନେଇ ରବିବାର ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ଏବଂ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: