ପାକିସ୍ତାନର ସରକାରଙ୍କୁ ନେଇ ପ୍ରଶ୍ନ: ଇମ୍ରାନ…

ପାକିସ୍ତାନର ସରକାରଙ୍କୁ ନେଇ ପ୍ରଶ୍ନ: ଇମ୍ରାନ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ପାକିସ୍ତାନ ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଇମ୍ରାନ ଖାନ ସରକାରୀ ଭାବେ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଏହି ବିଜ୍ଞପ୍ତି ପୂର୍ବରୁ କିନ୍ତୁ ଇମ୍ରାନ ସରକାରର ମନ୍ତ୍ରୀ ଫାୱାଦ ଚୌଧୁରୀ କହିଥିଲେ ଯେ ଇମ୍ରାନ ଖାନ ଧାରା ୨୨୪ ଅନୁଯାୟୀ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ରହିବେ ନିର୍ବାଚନ ଶେଷ ନହେବା ଯାଏ।ରବିବାର ବିଳମ୍ବିତ ରାତିରେ କିନ୍ତୁ ପାକିସ୍ତାନ ସରକାର ଏକ ନୂଆ ସର୍କୁଲାର ଜାରି କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ଇସଲାମିକ୍ ରିପବ୍ଲିକର ସମ୍ବିଧାନର ଧାରା ୪୮ (୧) ଅନୁଯାୟୀ ପାକିସ୍ତାନ ରାଷ୍ଟ୍ରପତିଙ୍କ ଦ୍ୱାରା ପାକିସ୍ତାନ ସଂସଦ ଭଙ୍ଗ ହେବା ପରେ ଏପ୍ରିଲ ୩, ୨୦୨୨ରେ ସରକାର ଭାଙ୍ଗିଛି। ଏହି ନିୟମ ଅନୁଯାୟୀ ତତ୍କାଳ ଭାବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନଙ୍କୁ କାର୍ଯ୍ୟରୁ ବିରତି ଦିଆଯାଇଛି।ସୂଚନାଯୋଗ୍ୟ ଇମ୍ରାନ ଖାନଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାଶନାଲ ଆସେମ୍ବଲିର କ୍ୟାବିନେଟ ଭଙ୍ଗ କରିଥିଲେ ଏବଂ ଏହା ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ଡେପୁଟି ସ୍ପିକର କାସୀମ ସୌରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଥିଲେ।ପାକିସ୍ତାନ ସରକାରଙ୍କ କ୍ୟାବିନେଟ ସଚିବଙ୍କ ନୋଟରୁ ଏହା ସ୍ପଷ୍ଟ ହୋଇଛି ଯେ ଇମ୍ରାନ ଖାନ ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି ଏବଂ ଦେଶର ଅତିରିକ୍ତ କ୍ୟାବିନେଟ ସଚିବ ଏଜାଜ ଏ ଜର ଦ୍ୱାରା ସରକାର ପରିଚାଳିତ ହେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: