ମେ ୩୦’ରେ ପରବର୍ତ୍ତୀ ଶୁଣାଣି

ମେ ୩୦’ରେ ପରବର୍ତ୍ତୀ ଶୁଣାଣି

ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପି ମସଜିଦ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସମୟ ନଷ୍ଟ ନ କରି କୋର୍ଟଙ୍କ ପକ୍ଷରୁ ଏହାର ଶୁଣାଣି କରାଯାଉଥିବା ବେଳେ ଏହାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଟ୍ରାନ୍ସଫର କରାଯାଇଛି । ଏହି ମାମଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିବ । ଏହାର ପରବର୍ତ୍ତି ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ମେ’ ୩୦ରେ ହେବ ।ପ୍ରତିଦିନ ଏହି ମାମଲାର ଶୁଣାଣି ହେବ ବୋଲି କୁହାଯାଉଛି । ଫଳରେ ଶୀଘ୍ର ରାୟ ପ୍ରକାଶ ପାଇବ । ସିଭିଲ ଜଜ ରବି ଦିବାକର ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟକୁ ଟ୍ରାନ୍ସଫର କରିଛନ୍ତି।

ଏବେ ଫାଷ୍ଟଟ୍ରାକ କୋର୍ଟରେ ଜଜ ମହେନ୍ଦ୍ର ପାଣ୍ଡେ ଏହାର ଶୁଣାଣି କରିବେ । ତେବେ ଜ୍ଞାନବ୍ୟାପିକୁ ନେଇ ଯେଉଁ ନୂଆ ଆବେଦନ କରାଯାଇଥିଲା , ତାହୁ ହିଁ ଟ୍ରାନ୍ସଫର କରାଯାଇଛି ।ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷର ଓକିଲ ଶିବମ ଗୌଡ କହିଛନ୍ତି, ଫାଷ୍ଟଡ୍ରାକ କୋର୍ଟକୁ ଫାଇଲ ଟ୍ରାନ୍ସଫର ହୋଇଯାଇଛି । ଆମେ କୋର୍ଟକୁ ଯାଇ ଏହି ମାମଲାରେ ତୁରନ୍ତ ପୂଜା କରିବାକୁ ଦାବି କରିବୁ । ଏଥିରେ ଆପତ୍ତି କରିବାର କୌଣସି ମତଲବ ନାହିଁ । ଆମେ ଚାହୁଁଛୁ ଏହାର ଶୁଣାଣି ଆଜି ହେଉ ଆଉ କାଲିଠାରୁ ପୂଜା କରିବାର ନିର୍ଦ୍ଦେଶ ଦିଆଯାଉ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: