ବର୍ତ୍ତମାନର ଭାରତୀୟ ଦଳ ସବୁଠାରୁ ଶ୍ରେଷ୍ଠ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବର୍ତ୍ତମାନର ଭାରତୀୟ ଦଳ ସବୁଠାରୁ ଶ୍ରେଷ୍ଠ ଭାରତୀୟ ଦଳ। ଏଭଳି କହିଛନ୍ତି ଦୁଇ ଥର ବିଶ୍ୱକପ ବିଜେତା ତଥା ୱେଷ୍ଟଇଣ୍ଡିଜର କିମ୍ୱଦନ୍ତୀ ଖେଳାଳି କ୍ଲାଇଭ ଲଏଡ। ଏକ ଘରୋଇ ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି। ତାଙ୍କ ମତ ଅନୁସାରେ, ବର୍ତ୍ତମାନ ବିଶ୍ୱ କ୍ରିକେଟର ତିନିଟି ଫର୍ମାଟରେ ଭାରତ ଚତ୍ମକାର ପ୍ରର୍ଦଶନ କରୁଛି। ଏହି ଦଳରେ ବିଭିନ୍ନ ପ୍ରତିଭାବାନ ଖେଳାଳି ଅଛନ୍ତି ଏବଂ ପୂର୍ବରୁ ଖେଳିଥିବା ଭାରତୀୟ ଖେଳାଳିଙ୍କ ତୁଳନାରେ ବହୁତ ଫିଟ୍ ଏବଂ ପ୍ରଫେସନାଲ ଅଛନ୍ତି ବୋଲି ଲଏଡ କହିଛନ୍ତି। ଏହାସହ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଜିତିଥିବା ଭାରତୀୟ ଦଳକୁ ମଧ୍ୟ ସେ ପ୍ରଂଶସା କରିଛନ୍ତି। ଭାରତୀୟ ଦଳର ଫାଷ୍ଟ ବୋଲର ଜଶପ୍ରୀତ ବୁମ୍ରା ବାଉନ୍ସର , ୟାର୍କର ଏବଂ ସ୍ଲୋୟର ବଲ ପକାଇବାରେ ମାହିର । ବିଶେଷ ଭାବେ ଦଳ ଯେତେବେଳେ ବିପକ୍ଷ ଦଳର ବ୍ୟାଟସମାନ ଲମ୍ବା ପାର୍ଟନରସିପ କରିଥାନ୍ତି ବୁମ୍ରା ଏହି ପାର୍ଟନିରସିପ ଭାଙ୍ଗି ଦଳକୁ ବ୍ରେକ ଥ୍ରୁ ଦେବାରେ ସହାୟକ ହୋଇଥାନ୍ତି ବୋଲି ସେ କହିଛନ୍ତି ।

%d bloggers like this: