୨୮ ଓ ୨୯ ସ୍କୁଲ ବନ୍ଦ, ପଢ଼ନ୍ତୁ କାହିଁକି

୨୮ ଓ ୨୯ ସ୍କୁଲ ବନ୍ଦ, ପଢ଼ନ୍ତୁ କାହିଁକି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ଆସନ୍ତା ୨୮ ଓ ୨୯ ତାରିଖରେ ବନ୍ଦ ରହିବ ସ୍କୁଲ। ଏନେଇ ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏହି ୨ ଦିନ ବନ୍ଦ ରହିବ। ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅତିରିକ୍ତ ଶାସନ ସଚିବ ଚିଠି ଲେଖି ସୂଚନା ଦେଇଛନ୍ତି। କୋରୋନା ପାଇଁ ୨୦୨୦-୨୧ ଶିକ୍ଷାବର୍ଷ ବାଧାପ୍ରାପ୍ତ ହୋଇଥିଲା ।ସବୁ ସ୍କୁଲ ମଧ୍ୟ ବନ୍ଦ ରହିଥିଲା । ତେବେ ଅନେକ ଦିନର ବ୍ୟବଧାନ ପରେ ଏବେ ସ୍କୁଲ ଖୋଲିଛି। ସରକାର ୧୦୦ ଦିନ ଲାଗି ପିଲାଙ୍କ ପାଠପଢ଼ା ହେବ ବୋଲି କହିଥିଲେ। ଏପରିକି ରବିବାର ମଧ୍ୟ ସ୍କୁଲରେ ପାଠପଢା ହୋଇଥିଲା। କିନ୍ତୁ ଏବେ ହୋଲି ଓ ଦୋଳ ପୂର୍ଣ୍ଣିମାକୁ ନଜରରେ ରଖି ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

%d bloggers like this: