ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର: କରଡ଼ି ଓ ବାଉଁଶ ମାଛ

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର: କରଡ଼ି ଓ ବାଉଁଶ ମାଛ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ମାଛ ଖାଇବାକୁ ପସନ୍ଦ କରନ୍ତି କି ?, ‘ଫୁଡିଜ୍ ଭିଲ୍ଲା’ ଆପଣଙ୍କ ପାଇଁ ନେଇ ଆସିଛି ‘ବାଉଁଶ ମାଛ’।

ଆବଶ୍ୟକ ସାମଗ୍ରୀ: ଚୁନା ମାଛ, ବାଉଁଶ ନଳୀ, ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦାରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁନା ମାଛରେ ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦାରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ବାଉଁଶ ନଳୀକୁ ସଫାକରି ଏଥିରେ ତେଲ ଲଗାଇ ରଖନ୍ତୁ। ଏହାପରେ ଏହି ବାଉଁଶ ନଳୀରେ ମସଲା ଗୋଳା ମାଛ ଭର୍ତ୍ତି କରି ଚକଟା ଅଟା ଦ୍ୱାରା ନଳୀର ମୁହଁକୁ ବନ୍ଦ କରିଦିଅନ୍ତୁ। ଏହାପରେ ଅଙ୍ଗାର ନିଆଁରେ ମାଛ ଭର୍ତ୍ତି ବାଉଁଶକୁ ୧୫ ମିନିଟ ଯାଏ ପୋଡ଼ାନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ପ୍ଲେଟ୍ ରେ କାଢ଼ି ଦିଅନ୍ତୁ। ଏହାପରେ ଆପଣ ଟେଷ୍ଟ କରନ୍ତୁ, ଦେଖିବେ ‘ବାଉଁଶ ମାଛ’କୁ ଆପଣ ନିଶ୍ଚୟ ପସନ୍ଦ କରିବେ।

%d bloggers like this: