ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଶୁଭାରମ୍ଭ, ଉପକୃତ ହେବେ ଲକ୍ଷାଧିକ କୃଷକ

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଶୁଭାରମ୍ଭ, ଉପକୃତ ହେବେ ଲକ୍ଷାଧିକ କୃଷକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ବଡ଼ ଉପହାର। କୋଟି କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି ପିଏମ୍। ଏହିସବୁ ଯୋଜନା ମତ୍ସ୍ୟ ଚାଷ, ପଶୁ ପାଳନ ଓ କୃଷି କ୍ଷେତ୍ରର ସହ ଜଡ଼ିତ। ଭିଡିଓ କନଫେରନ୍ସି ଜରିଆରେ ବିହାର ସମେତ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY)ର ଶୁଭାରମ୍ଭ କରିଛନ୍ତି।କୃଷକଙ୍କ ପାଇଁ ଇ-ଗୋପାଳ ଆପ୍ ମଧ୍ୟ ଲଞ୍ଚ କରିଛନ୍ତି।
ଏହି ଅବସରରେ ମୋଦି କହିଛନ୍ତି, ଏହି ଆପ୍ କୃଷକ ଓ ପଶୁ ପାଳକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଏଥିରୁ ଚାଷୀମାନେ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ସୂଚନା ମିଳିବ। ମୋଦି ବିହାରର କୃଷମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଏମ୍ ମୋଦି ବିହାରର ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ଆଜି ଆରମ୍ଭ ହୋଇଥିବା ସମସ୍ତ ଯୋଜନା ପଛରେ ଉଦ୍ଦେଶ୍ୟ ହେଉଛି, ଆମ ଗାଁକୁ ଏକବିଂଶ ଶତାବ୍ଦୀର ଭାରତ, ଆତ୍ମନିର୍ଭର ଭାରତର ଶକ୍ତି ହେବା ଉଚିତ୍। ମତ୍ସ୍ୟ, ଡାଏରୀ ଓ ମହୁ ଉତ୍ପାଦନ ସହିତ ଜଡ଼ିତ କାମ ଆମ ଗ୍ରାମକୁ ଆହୁରୀ ସଶକ୍ତ କରିବ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଦେଶର ୨୧ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ କରାଯାଇଛି। ଆଗାମୀ ୪-୫ ବର୍ଷ ମଧ୍ୟରେ ଏଥିପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏଥିମଧ୍ୟରୁ ୧୭୦୦ କୋଟି ଟଙ୍କା ମୂଲ୍ୟର କାମ ଗୁରୁବାର ଆରମ୍ଭ ହୋଇଛି।

ମୋଦି କହିଛନ୍ତି-

  • ବିହାରର ପାଟନା, ପୂର୍ଣ୍ଣିୟା, ସୀତାମଢ଼ି, ମଧେପୁର, କିଶନଗଞ୍ଜ ଓ ସମସ୍ତିପୁରରେ ଅନେକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ମତ୍ସ୍ୟ ଉତ୍ପାଦନକାରୀ ନୂତନ ଭିତ୍ତିପ୍ରସ୍ତର ରହିଛି। ଏଥିସହ ଆଧୁନିକ ଉପକରଣ, ନୂତନ ବଜାର ମଧ୍ୟ ଯୋଗାଇ ଦିଆଯିବ। ସମୁଦ୍ର ଓ ନଦୀକୂଳ ଅଞ୍ଚଳରେ ମାଛର ବାଣିଜ୍ୟକୁ ଧ୍ୟାନରେ ରଖି ପ୍ରଥମ ଥର ପାଇଁ ଏଭଳି ଏକ ବଡ଼ ଯୋଜନା କରାଯାଇଛି।
  • ଦେଶରେ ମାଛ ସହ ଜଡ଼ିତ ବାଣିଜ୍ୟର ଦେଖାଶୁଣା କରିବା ପାଇଁ ଏକ ପୃଥକ ମନ୍ତ୍ରାଳୟ ଗଠନ କରାଯାଇଛି। ଏହା ମତ୍ସ୍ୟ ଚାଷ ସହିତ ଜଡିତ ଲୋକଙ୍କୁ ସୁବିଧା ଯୋଗାଉଛି। ଆସନ୍ତା ୩-୪ ବର୍ଷ ମଧ୍ୟରେ ମାଛ ରପ୍ତାନି ଦ୍ୱିଗୁଣିତ କରିବାକୁ ପ୍ରୟାସ ଚାଲିଛି। ଏହା ନିଜେ ମତ୍ସ୍ୟଚାଷ କ୍ଷେତ୍ରରେ ଲକ୍ଷ ଲକ୍ଷ ରୋଜଗାର ସୁଯୋଗ ଯୋଗାଇବ।
  • ବିହାରର ସମସ୍ତଙ୍କ ଜନସାଧାରଣ ଓ ପ୍ରବାସୀ ଶ୍ରମିକଙ୍କ ନିକଟରେ ମାଗଣା ରାସନ ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଲାଭ ମିଳିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି। ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୧୦ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ହୋଇଛି। ଏମାନଙ୍କ ମଧ୍ୟରେ ୭୫ ଲକ୍ଷ କୃଷକ ବିହାରର ଅଟନ୍ତି। ଏହି ଯୋଜନା ଆରମ୍ଭ ହେବା ଦିନ ଠାରୁ ବିହାରର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୬ ହଜାର କୋଟି ଟଙ୍କା ଜମା ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ସବୁ ଗାଁକୁ ପାଣି ପହଞ୍ଚାଇବାକୁ ଦ୍ରୁତ ଗତିରେ କାମ ଚାଲିଛି। ୪-୫ ବର୍ଷ ପୂର୍ବେ ମାତ୍ର ୨ ପ୍ରତିଶତ ପରିବାରକୁ ବିଶୁଦ୍ଧ ଜଳ ଯୋଗାଣ କରାଯାଇଥିଲା। ଆଜି ଏହି ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ହୋଇଛି।
  • ଇ-ଗୋପାଳ ଆପ୍ ଏକ ଡିଜିଟାଲ୍ ମାଧ୍ୟମ ହେବ, ଯାହା ଗୋରୁ ମାଲିକମାନଙ୍କୁ ଉନ୍ନତ ପଶୁ ବାଛିବାରେ ସାହାଯ୍ୟ କରିବ । ସେମାନଙ୍କୁ ମଧ୍ୟସ୍ଥିମାନଙ୍କଠାରୁ ମୁକ୍ତ କରିବ। ଉତ୍ପାଦକତା ଠାରୁ ଆରମ୍ଭ କରି ଏହାର ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ ପର୍ଯ୍ୟନ୍ତ ଏହି ଆପ୍ ଗୋରୁ ସମ୍ବନ୍ଧୀୟ ସମସ୍ତ ସୂଚନା ଦେବ ।
  • ଭାରତରେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ଖୁବଶୀଘ୍ର ଗ୍ରାମ ନିକଟରେ ଏପରି କ୍ଲଷ୍ଟର ଗଠନ ହେବ। ଯେଉଁଠାରେ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଶିଳ୍ପ ମଧ୍ୟ ପ୍ରତିଷ୍ଠା ହେବ ଏବଂ ସେଠାରେ ଗବେଷଣା କେନ୍ଦ୍ର ମଧ୍ୟ ରହିବ।
  • ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏକ କେନ୍ଦ୍ରିତ ଓ ସ୍ଥାୟୀ ବିକାଶ ଯୋଜନା। ଆତ୍ମନିର୍ଭରଶୀଳ ଇଣ୍ଡିଆ ପ୍ୟାକେଜ୍ ଅଧିନରେ ଚଳିତ ବର୍ଷ ୨୦୨୦-୨୧ରୁ ୨୦୨୪-୨୫ ଅବଧି ମଧ୍ୟରେ ଏହା ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ଆନୁମାନିକ ୨୦.୦୫୦ କୋଟି ଟଙ୍କା ବିନିଯୋଗ ହେବ। ଏଥିମଧ୍ୟରୁ ସାମୁଦ୍ରିକ, ଏଥିମଧ୍ୟରୁ ସାମୁଦ୍ରିକ, ଆଭ୍ୟନ୍ତରୀଣ ମତ୍ସ୍ୟ ଏବଂ ଜଳଚର କ୍ଷେତ୍ରରେ ହିତାଧିକାରୀ-କେନ୍ଦ୍ରିତ କାର୍ଯ୍ୟକଳାପ ଏବଂ ମତ୍ସ୍ୟ ଭିତ୍ତିଭୂମି ପାଇଁ ୭.୭୧୦ କୋଟି ଟଙ୍କା ବିନିଯୋଗ ପାଇଁ ପ୍ରାୟ ୧୨, ୩୪୦ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ସଂସଦରେ ଭାଷଣ ଦେଇ ୫ ଜୁଲାଇ ୨୦୧୯ରେ କେନ୍ଦ୍ର ବଜେଟ୍ ୨୦୧୯-୨୦ରେ ଉପସ୍ଥାପନ କରିଥିଲେ।
%d bloggers like this: